ଗଜପତି ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟର ମନମୁଖି କାରବାରକୁ ବିରୋଧ କରି ଆନ୍ଦୋଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡିରେ ଥିବା ଗଜପତି ଜିଲ୍ଲା ନିବନ୍ଧକ ଓ ବିବାହ ଅଧୂକାରୀଙ୍କ କାର୍ଯ୍ୟାଳୟରେ ମନମୁଖୀ କାର୍ଯ୍ୟକୁ ନେଇ ଆଇନଜୀବୀ ଓ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟାଳୟ ଆଗରେ ପ୍ରାୟ ଦୁଇ ଘଣ୍ଟା ଧରି ଆନ୍ଦୋଳନ କରିଥିଲେ। ନିବନ୍ଧକ କାର୍ଯ୍ୟାଳୟ ଦୀର୍ଘ ଦିନ ହେଲା ବ୍ୟାପକ ଅନିୟମିତତା ମଧ୍ୟରେ ଚାଲିଛି। ରେଜିଷ୍ଟ୍ରେସନ ବେଳେ ସରକାରୀ ନିୟମକୁ ଖୋଲାପ କରି ମନଇଚ୍ଛା ଫି ଆଦାୟ କରାଯାଉଛି। ବେଞ୍ଚମାର୍କ ଅନୁଯାୟୀ କୌଣସି କାମ ହେଉନାହିଁ I ଜମି ରେଜିଷ୍ଟ୍ରେସନ ବେଳେ ଦଶ ପ୍ରତିଶତ ଜାଗାରେ ପଚାଶ ପ୍ରତିଶତ ଫି ଆଦାୟ କରାଯାଉଛି | ଜମିର ମୂଳ ଆକଳନ ନ କରି ବା ସେହି ଅଞ୍ଚଳର ଦର ସଠିକ୍ ଭାବେ ନ ଜାଣି ମନଇଛା ଫି ଆଦାୟ କରାଯାଉଛି। ଏଥିଯୋଗୁଁ ଜମି ଦର ବୃଦ୍ଧି ହେବା ସହ ଆଦିବାସୀ ଅଧ୍ଯୁଷିତ ଜିଲ୍ଲାର ଗରିବ ଜନସାଧାରଣଙ୍କ ଉପରେ ଆର୍ଥିକ ଚାପ ସୃଷ୍ଟି ହେଉଥ‌ିବା ଅଭିଯୋଗ କରାଯାଇଛି। ଏହାସହ କାର୍ଯ୍ୟାଳୟରେ ହାତଗୁଞ୍ଜା କାରବାର ମଧ୍ଯ ଚାଲିଥିବା ମଧ୍ୟ ଅଭିଯୋଗ କରାଯାଇଛି। ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶୁକ୍ରବାର ବାଧ୍ୟ ହୋଇ ଆନ୍ଦୋଳନ କରିଥିବା ଆଇନଜୀବୀ ଓ ସାଧାରଣ ଲୋକେ ପ୍ରକାଶ କରିଛନ୍ତି । ପ୍ରାୟ ଦୁଇ ଘଣ୍ଟା ପରେ ଜିଲ୍ଲା ନିବନ୍ଧକ ଈଶ୍ବର ଚନ୍ଦ୍ର ସାହୁ ପହଞ୍ଚି ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ହଟିଥିଲେ I ଆନ୍ଦୋଳନକୁ ଦେଖ୍ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଫାଟକ ଖୋଲି ନ ଥିବାର ଦେଖୁବାକୁ ମିଳିଥିଲା | ଆନ୍ଦୋଳନ ପ୍ରତ୍ୟାହାର ହେବା ପରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ମୁଖ୍ୟ ଫାଟକର ତାଲା ଖୋଲାଯାଇଥିଲା । ଏପରି କାର୍ଯ୍ୟାଳୟ ବନ୍ଦ ଥିବା ଦେଖ୍ ବିଭିନ୍ନ କାର୍ଯ୍ୟ ପାଇଁ ଆସିଥିବା ଲୋକେ ଫେରିଯାଉଥିବା ଦେଖାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ