ଗଜପତି ଜିଲ୍ଲା ପାଇଁ ଗୌରବ ଆଣିଲେ ଅଷ୍ଟମ ଶ୍ରେଣୀ ଛାତ୍ର ଦୀପକ ଶବର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗ୍ରାମ ବିକାଶ କଇଁପୁରର ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଛାତ୍ର ଦୀପକ ଶବର ଜାତୀୟ ସ୍ତରରରେ ପରିରବଶ ସୁରକ୍ଷା ସମ୍ବନ୍ଧୀୟ ଅନଲାଇନ ପ୍ରତିଯୋଗୀତାରେ ସର୍ବଭାରତୀୟ ସ୍ତରରର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି | ପ୍ରକାଶ ଥାଉକି ମିଳିତ ଜାତିସଂଘ ଭାରତ ଓ ଭୁଟାନ ମିଳିତ ଆନୁକୁଲ୍ୟରେ ଫେୟାର ଗେଜ ଅନୁଷ୍ଠାନ ପକ୍ଷରୁ ସର୍ବ ଭାରତୀୟ ସ୍ତରରର ଏକ ଅନଲାଇନ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା | ଯାହାର ଶୀର୍ଷକ ଥିଲା ‘ସ୍କୁଲ ଚାମ୍ପସ ଫର କ୍ଲାଇମେଟ ଆକ୍ସନ’ | ଏହି ପ୍ରତିଯୋଗିତାରେ ଭାରତର ୨୫୦ଟି ବିଦ୍ୟାଳୟରୁ ୭୨୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣକରିଥିଲେ. ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଦୀପକ ଶବର ପିତାଙ୍କରାଜୀବ ଶବର, ଖମ୍ବାରୀସାହି ଗ୍ରାମର ଉକ୍ତ ପ୍ରତିଯୋଗିତାର ହିନ୍ଦି ବିଭାଗରେ ସର୍ବ ଭାରତୀୟ ସ୍ତରେର ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା ଗଜପତି ଜିଲଲ୍ଲାପାଇଁ ଗର୍ବ ଓଗୌରବ ଆଣି ଦେଇଛନ୍ତି | ବନପାହାଡ ଘେରାର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର କୁନି ଛାତ୍ରଙ୍କ ଏଭଳି ସଫଳତାକୁ ନେଇ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଅଛି |