ଗଜପତି ଜିଲ୍ଲା ବିଜୁ ମହିଳା ଜନତା ଦଳ କମିଟି ଘୋଷଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ବିଜୁ ମହିଳା ଜନତା ଦଳ କମିଟି ଘୋଷଣା କରାଯାଇ ଥିବା ଜଣାପଡିଛି । ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅନୁମୋଦନ କ୍ରମେ ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ ଏବଂ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଜୟଶ୍ରୀ ଦାସଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ବିଜୁ ମହିଳା ସଭାପତି ପୂର୍ଣ୍ଣବାସୀ ନାୟକଙ୍କ ସହଯୋଗରେ ଗଜପତି ଜିଲ୍ଲା ବିଜୁ ମହିଳା ଜନତା ଦଳ କମିଟି ସହିତ ଜିଲ୍ଲାର ସମସ୍ତ ବ୍ଲକ, ଏନ୍‌ଏସି ଓ ପୌରପରିଷଦ ନିମନ୍ତେ କମିଟି ଘୋଷଣା ହୋଇଛି । ଘୋଷଣା ପ୍ରକାରେ ଜିଲ୍ଲା ମହିଳା ସଭାପତି ଭାବେ ପୁଣି ଥରେ ପୂର୍ଣ୍ଣବାସୀ ନାୟକ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ୧୦ଜଣ ଯଥା ପ୍ରଭାତି ଭୂୟାଁ, ହେମଲତା ‌ଦଳାଇ, ଅନୀତାରାଣୀ ବେହେରା, ପଦ୍ମିନୀ ଶବର, ରଶ୍ମି ମିଶାଲ, ସଂଜୁକ୍ତା ବେହେରା, ବିଦ୍ୟାବତୀ ଜେନା, ମୀନାକ୍ଷୀ ବେହେରା, ମାନସୀ ପାଣିଗ୍ରାହୀ ଏବଂ ସ୍ମିତା ଦାସ । ସେହିପରି ସାଧାରଣ ସମ୍ପାଦିକା ଭାବେ ୧୦ଜଣଙ୍କୁ ମନୋନିତ କରାଯାଇଛି । ସେମାନେ ହେଲେ ଶାନ୍ତିଲତା ଜେନା, ସଂଘମିତ୍ରା ଶବର, ସଂଜୁକ୍ତା ପୂଜାରୀ, ସୁନୀତା ଦଳବେହେରା, ରଶ୍ମିରତନ, ଇଶାଣୀ ରଇତ, ଟି.କୁମାରୀ ଦୋରା, ଇତିଶ୍ରୀ ବେହେରା, ଆର୍‌. ଲକ୍ଷ୍ମୀ ପ୍ରମୁଖ । ସମ୍ପାଦିକା ଭାବେ ୧୫ଜଣ ଯୁଗ୍ମ ସମ୍ପାଦିକା ଭାବେ ୧୧ଜଣ, କାର୍ଯ୍ୟାଳୟ ସମ୍ପାଦିକା ଭାବେ ଜଣେ, କୋଷାଧ୍ୟକ୍ଷ ଭାବେ ଜଣକୁ, ଡିଡିଟାଲ ମିଡିଆ ନିମନ୍ତେ ୨ଜଣଙ୍କୁ ମନୋନୀତ କରାଯାଇଛି । ପାରଳାଖେମୁଣ୍ଡି ପୌରପରିଷଦ ନିମନ୍ତେ ପି.ଆମ୍ମୁଲାମ୍ମା ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ୩୧ଜଣ ସଦସ୍ୟାଙ୍କ ନାମ ଘୋଷଣା ହୋଇଛି । ଏହି ପରି ଜିଲ୍ଲାର ବିଭିନ୍ନ ବ୍ଲକ କମିଟି ଗଠନ କରା ଯାଇଛି । ଯଥା କୁମାରୀ କାର୍ଯୀ, ସାବିତ୍ରୀ ଶବର, ଚନ୍ଦ୍ରକଳା ମଳିକ, ମିଖାଲ ଶବର, ମଞ୍ଜୁରୀ ପାଇକ, ଗ୍ଲେଡି ଗମାଙ୍ଗ, ଟି. କୁମାରୀ, ବିମଳା ସାମଲ, ସରସ୍ପତୀ ମଳିକ, ଅନୀତା ରଇତ, କୁନି ନାୟକ, ଜ୍ୟୋତିର୍ମୟୀ ଦାସ, ବି.ଜ୍ୟୋତି ଲକ୍ଷ୍ମୀ, କଳ୍ପନା ପ୍ରଧାନ, ସରୋଜିନୀ ସିଂ ପ୍ରମୁଖଙ୍କ ନାମ ଘୋଷାଣା ହୋଇଛି । ଯୁଗ୍ମ ସମ୍ପାଦିକା ଭାବେ ୧୧ଜଣ, କାର୍ଯ୍ୟାଳୟ ସମ୍ପାଦିକା ଭାବେ ଜଣେ, କୋଷାଧ୍ୟକ୍ଷ ଭାବେ ଜଣକୁ, ଡିଡିଟାଲ ମିଡିଆ ନିମନ୍ତେ ୨ଜଣଙ୍କୁ ମନୋନୀତ କରାଯାଇଛି ପାରଳାଖେମୁଣ୍ଡି ପୌରପରିଷଦ ନିମନ୍ତେ ପି.ଆମ୍ମୁଲାମ୍ମା ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ୩୧ଜଣ ସଦସ୍ୟାଙ୍କ ନାମ ଘୋଷଣା ହୋଇଛି । ସେହିପରି କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ ସଭାପତି ଭାବେ ରୋକମ ସୁଜାତା, ଉପସଭାପତି ଭାବେ ଏଲ୍‌.ରାଜୁଆମ୍ମା, ସିର୍ଲା ଉର୍ବସୀ, ଓମି ରୋଜା, ସାଧାରଣ ସମ୍ପାଦିକା ଭାବେ ୱାଇ, ମାଲେଶ୍ୱରୀ, ପି.ଭବାନୀ, ସାଙ୍କିଲି ରାଣୀ, ସାଙ୍କିଲି ଅଶ୍ୱିନୀ, ଜୟସୁଧା ନାୟକ, ସମ୍ପାଦିକା ଭାବେ ବି.ବିମଳା, ଦର୍ଲାଇ ଶବର, ଲକ୍ଷ୍ମୀ ଗାଙ୍ଗୋ, ପଦ୍ମା ବେହେରା, ମୁପାଡି ଶୋଭା ମନୋନିତ ହୋଇଥିବାର ଜଣାପଡିଛି । ସେହିପରି ଯୁଗ୍ମ ସମ୍ପାଦିକା ଭାବେ ୫ଜଣ, କାର୍ଯ୍ୟାଳୟ ସମ୍ପାଦିକା ଭାବେ ଜଣକୁ, କୋଷାଧ୍ୟକ୍ଷ ଭାବେ ଜଣେ ଡିଜିଟାଲ ମିଡିଆ ନିମନ୍ତେ ଜଣେ ମନୋନିତ ହୋଇଛନ୍ତି । ଜିଲ୍ଲାର ୭ଗୋଟି ବ୍ଲକ ଯଥା ନୂଆଗଡ ବ୍ଲକରେ କୁମୁଦିନି ରଇତ, ଆର୍‌.ଉଦୟଗିରି ବ୍ଲକ ନିମନ୍ତେ ମନିଷା ମାଝୀ, ଗୋଷାଣୀ ବ୍ଲକ ନିମନ୍ତେ ରୀତାରାୟ ପାତ୍ର, କାଶୀନଗର ବ୍ଲକ ନିମନ୍ତେ ଭାଲା ଜୟାମ୍ମା, ମୋହନା ବ୍ଲକ ନିମନ୍ତେ ଝୁମୁରୀ ବୀର, ରାୟଗଡ ବ୍ଲକ ନିମନ୍ତେ ସୁମାନୀ ଭୂୟାଁ, ଗୁମ୍ମା ବ୍ଲକ ନିମନ୍ତେ ସଞ୍ଜିସ୍ମିତା ଗମାଙ୍ଗଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ସମସ୍ତ ବ୍ଲକରେ ଉପସଭାପତି, ସାଧାରଣସମ୍ପାଦିକା, ସମ୍ପାଦକ, ଯୁଗ୍ମ ସମ୍ପାଦକ, କାର୍ଯ୍ୟାଳୟ ସମ୍ପାଦିକା, କୋଷାଧକ୍ଷ ଏବଂ ଡିଜିଟାଲ ମିଡିଆ ଆଦି ପାଇଁ ନାମ ଘୋଷଣା ହୋଇଛି । ନୂତନ ଭାବେ ମୋନନୀତ ହୋଇଥିବା ଗଜପତି ଜିଲ୍ଲା ବିଜୁ ମହିଳା ଜନତା ଦଳ କମିଟି ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିଜୁ ମହିଳା ଜନତା ଦଳର ନୂତନ କମିଟିର ସମସ୍ତଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜ୍ଞାପନ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ