ଗଜପତି ଜିଲ୍ଲା ବିଜେଡି ପକ୍ଷରୁ କରୋନା ଜନ ସଚେତନତା ଅଭିଯାନ ଓ ମାସ୍କ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ କରୋନ। ଜନସଚେତନତା ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଗତକାଲି ଅପରାହ୍ନ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୨ତାରିଖ ପାର୍ଯ୍ୟନ୍ତ ମାସେ ବ୍ୟାପୀ ଚାଲୁ ରହିବ ବୋଲି ଜଣାପଡିଛି । ଏହି ପରୀପ୍ରେକ୍ଷୀରେ ଗତକାଲି ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ରାଜପ୍ରାସାଦ ଛକ ଠାରୁ ଏକ ର୍ୟାଲି ବାହାରି ନଗର ପରିକ୍ରମା କରିବା ସହ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆଦି ସମ୍ପର୍କରେ ଜନ ସଚେତନତା କରାଯାଇଥିଲା । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବ୍ଲଡ ବ୍ୟାଙ୍କରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ସ୍ୱଇଛାରେ ରକ୍ତ ଦାନ କରିଥିବାର ଦେଖିବାକୁ ମିଳିଥିଲା । ସେହିପରି ଏହି ସଚେତନତା କାର୍ଯ୍ୟକ୍ରମରେ ମାସ୍କ ବଣ୍ଟନ ମଧ୍ୟ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀଦେବୀ, ଜିଲ୍ଲା ଯୁବ ସଭାପତି ଏସ୍. ଲିଙ୍ଗରାଜ, ପାରଳାଖେମୁଣ୍ଡି ନଗର ସଭାପତି ସତ୍ୟନାରାୟଣ ରାଜଗୁରୁ, ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ, ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ଲକ୍ଷ୍ମୀକାନ୍ତ ପରିଚ୍ଛା, ଯୁବନେତା ଏଲ୍.ସିମାଦ୍ରୀ, ସୁଧିରଂଜନ ମହାପାତ୍ର, ଜିଲ୍ଲା ବିଜେଡିର ମହିଳା କାର୍ଯ୍ୟାକାରୀ ସଭାପତି ସଂଜୁକ୍ତା ବେହେରା ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ବିଜେଡି କର୍ମୀ ଯୋଗ ଦେଇଥିଲେ ।