ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଆଜି ପୁଣି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପାରଳା ବିଧାୟକ ତଥା ଭାଜପା ଜିଲ୍ଲା ସଭାପତି କେ.ନାରାୟଣ ରାଓଙ୍କ ତତ୍ୱାବଧାନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ କାଶୀନଗର ବ୍ଲକର ପାରତଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଳଗର୍ବା ଗ୍ରାମର ୩ଶହରୁ ଉର୍ଦ୍ଧ୍ୱ ଭୋଟର ପାରଳା ବିଧାୟକ ଶ୍ରୀ ରାଓଙ୍କ ଉନ୍ନୟନ କାର୍ଯ୍ୟକ୍ରମ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ସମସ୍ତ ଗ୍ରାମବାସୀଙ୍କୁ ପାରଳା ବିଧାୟକ ଶ୍ରୀରାଓ ସ୍ୱାଗତ ଜଣାଇଛନ୍ତି । ସରପଞ୍ଚ ମୋଜେସ ରଇତ, ନାୟକ ସରପଞ୍ଚଜିରନିଓ ଗମାଙ୍ଗଙ୍କ ନେତୃତ୍ୱରେ ଏହି ଗ୍ରାମବାସୀମାନେ ଭିନ୍ନ ଭିନ୍ନ ରାଜନୈତିକ ଦଳ ପରିତ୍ୟାଗ କରି ବିଜେପି ଦଳରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣପର୍ବରେ କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ.ସିମାଦ୍ରୀ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ,ଜିଲ୍ଲା ଯୁବ ସଭାପତି ସନ୍ତୋଷ ଜେନା,ବରିଷ୍ଠ ବିଜେପି ନେତା ନରସିଂହ ପଟ୍ଟନାୟକ,ଜିଲ୍ଲା ସାଧାରଣ ସମ୍ପାଦିକା ଅରୁଣିମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


