ଗଜପତି ଜିଲ୍ଲା ମୋହନା ଗସ୍ତରେ ମିଳିତ ଜାତି ସଂଘର ପ୍ରତିନିଧି ଦଳ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଗସ୍ତ କରିଛନ୍ତି ମିଳିତ ଜାତିସଂଘର ବିଭିନ୍ନ ପ୍ରତିନିଧି ଦଳ । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ନିଉୟର୍କ ଓ ନେଦରଲାଣ୍ଡର ମିଳିତ ଜାତିସଂଘର ବିଭିନ୍ନ ଏଜେନ୍ସୀର ପ୍ରତିନିଧିଙ୍କ ସମେତ ଭାରତ ଓ ଓଡ଼ିଶାରେ ଥିବା ୟୁନିସେଫର ପ୍ରତିନିଧି ଦଳ ଜିରଙ୍ଗ ବୌଦ୍ଧ ମନ୍ଦିର ଠାରେ ଆୟୋଜିତ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତାପରେ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର, ପୃଷ୍ଟି ସାଧନ କେନ୍ଦ୍ର ଓ ବିଦ୍ୟାଳୟ ଆଦି ଗସ୍ତ କରିବା ସହ ଜିଲ୍ଲାରେ କିଭଳି ପ୍ରଶାସନ ପକ୍ଷରୁ ଶିଶୁ ସୁରକ୍ଷା, ବାଲ୍ୟ ବିବାହ ନିରୋଧ ଓ କିଶୋରି ସଶକ୍ତିକରଣ ଦିଗରେ କାର୍ଯ୍ୟକ୍ରମ ଚାଲିଛି, ସେହି ସବୁ ଅନୁଧ୍ୟାନ କରି ଫେରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ