ଗଜପତି ଜିଲ୍ଲା ଲକଡାଉନ,ଜିଲ୍ଲା ସାରା ଶୁନଶାନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର ୭ଗୋଟି ବ୍ଲକ,ମୋହନା,ଆର.ଉଦୟଗିରି,ନୁଆଗଡ,ଗୁମ୍ମା,ଗୋଷାଣୀ,ରାୟଗଡ,କାଶୀନଗର ଆଦି ଅଞ୍ଚଳରେ ଆଜି ଠାରୁ ଲକଡାଉନ ଆରମ୍ଭ ହୋଇଯାିଛି । ସମଗ୍ର ଜିଲ୍ଲାରେ ପୋଲିସ ଏହାକୁ ବ୍ୟାପକ କଡା କଡି ଭାବେ ପାଳନ କରିବା ପାଇଁ ସଜାଗ ରହିଛନ୍ତି । ଲକଡାଉନ ଲାଗୁ ହେବାପରେ ସକାଳ ୭ଘଣ୍ଟା ଠାରୁ ରାତି ୯ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ପୋଲିସ ମୂତୟନ ହେବା ସହ ଅଯଥା କୌଣସି ବ୍ୟକ୍ତି ବିନାକାରଣରେ ବାହାରେ ବୁଲିବା ପାଇଁ ମନା ହୋଇଛି । କେବଳ ଚିକିତ୍ସାଳୟ କାର୍ଯ୍ୟଭଳି କିଛି ଜରୁରୀ କାର୍ଯ୍ୟ ରହିଥିଲେ ସେମାନେ ବାହାହାରକୁ ବାହାରିପାରିବେ । ସେହିପରି କ୍ଷୀର,ରୁଟି, ତେଜରାତି ଦୋକନ, ପନିପରିବା ଇତ୍ୟାଦି କିଛି ଅତ୍ୟାବଶ୍ୟକ ଦୋକାନ ଗୁଡିକ ଏହି ସମୟରେ ଖୋଲା ରହିଲେ ମଧ୍ୟ ସାଧାରଣ ସ୍ଥାନରେ ୭ଜଣରୁ ଉର୍ଦ୍ଧ ବ୍ୟକ୍ତି ଏକତ୍ରିତ ରହିପାରିବେ ନାହିଁ । ସମସ୍ତ ବ୍ୟାଙ୍କ, ଏଟିଏମ୍ ସେବା, ବିଦ୍ୟୁତ ସେବା, ପାନୀୟଜଳଏବଂ ପୌରପରିଷଦ ପକ୍ଷରୁ ଯୋଗାଇ ଦିଆଯାଉଥିବା ସେବାଗୁଡିକ ଜାରୀ ରହିବ । ସେହିପରି ପୋଲିସ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଏବଂ ସମସ୍ତ ପ୍ରକାର ଖବରଦାତାମାନେ ସେମାନଙ୍କର କାର୍ଯ୍ୟ କରିପାରିବେ । ସେହିପରି ଡାକ ସେବା ମଧ୍ୟ ଜାରୀ ରହିବ । ସେହିପରି ରେଷ୍ଟୁରାଣ୍ଟ ଗୁଡିକ ହୋମ ଡେଲିଭେରି ମାଧ୍ୟମରେ ନିଜର ସେବା ଯୋଗାଇ ଦେଇ ପାରିବେ ବୋଲି ନିର୍ଦ୍ଧେଶ ଦିଆଯାଇଛି । ଜିଲ୍ଲା ମହକୁମା ପାରଳା ସହରରେ ଏସ ପି ସାରା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଲିସ ସହରର ସମସ୍ତ ଅଞ୍ଚଳରେ ପଇଁତରା ମାରୁଛନ୍ତି । ଲୋକେ ବାହାରକୁ ଆସିଲେ ପୋଲିସ ସେମାନଙ୍କୁ ବୁଝାଇବା ସହ ଜରୁରୀ ଆବଶ୍ୟକ ବିନା ବାହାରକୁ ନ ଆସି ଘରେ ରହିବା ପାଇଁ ଅନୁରୋଧ କରୁଛନ୍ତି । ପାରଳା ଆଇଆଇସି ବିବେକା ନନ୍ଦ ସ୍ୱାଇଁ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରିବା ସହ ଲକଡାଉନ ସମୟରେ ବାହାରକୁ ଆସନ୍ତୁ ନାହିଁ ବୋଲି ପ୍ରଚାର ଚଳାଇଛନ୍ତି । ଲକଡାଉନ ନେଇ ଜନ ସାଧାରଣଙ୍କୁ ଆହୁରୀ ଅଧିକା ସଚେତନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପୋଲିସ ଜବାନ ସହରର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ଏବଂ ଉପକଣ୍ଠର ବିଭିନ୍ନ ଗ୍ରାମକୁ ବାରମ୍ବାର ପେଟ୍ରୋଲିଂ ସହ ପହରା ଦେଉଥିବା ଦେଖା ଦେଇଛି ।


