ଗଜପତି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟକାରୀଣୀ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଗଜପତି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ନିଖିଳ ଉତ୍କଳ ସିଟି ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେ ଜିଲ୍ଲା ସଭାପତି ଏମ୍‌.ରବିକୁମାର ଏବଂ ଜିଲ୍ଲା ସମ୍ପାଦକ ଦେବରାଜ ଜେନା ସଭା ପରିଚାଳନା କରିଥିଲେ । ଉକ୍ତ ସଭାରେ ପ୍ରାଥମିକ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ବିଶେଷତଃ ବର୍ତ୍ତମାନ ପ୍ରଦାନ କରାଯାଉଥିବା ପଦନ୍ନୋତି ସମ୍ପର୍କରେ ଆଲୋଚନା କରି ପଦନ୍ନୋତି ଏକ ପ୍ରହସନ ମାତ୍ର । ଯାହାକି ଏହି ପଦନ୍ନୋତିର କୌଣସି ସ୍ତରରେ ନା ଗ୍ରେଡପେ ନା ଇକ୍ରିମେଣ୍ଟପ୍ରଦାନ କରାଯାଉଛି । ତେଣୁ ସଭାରେ ଘୋର ଦୁଃଖ ପ୍ରକାଶ କରାଯାଇଥିଲା । ବିଶେଷତଃ ପ୍ରାଥମିକ ଶିକ୍ଷକ ୧ମରୁ ୮ମ ଶ୍ରେଣୀ ପାଇଁ ପଢାଇବା ଥିଲେ ମଧ୍ୟ ୯ମ ଓ ୧୦ମ ଶ୍ରେଣୀକୁ ପଢାଇବା ପାଇଁ ବାଧ୍ୟ କରାଯାଉଛି । ନିକଟରେ ଉନ୍ନିତ ଉଚ୍ଚ ବିଦୟାଳୟର ପ୍ରଧାନ ଶିକ୍ଷକ ପଦ ମାଧ୍ୟମିକ ଶିକ୍ଷକଙ୍କୁ ପ୍ରଦାନ ନିମନ୍ତେ ସରକାରି ସ୍ତିର କରିଛନ୍ତି । ସମାନ ଶିକ୍ଷାଗତ ଯୋଗ୍ୟତ. ସମାନ ଶିକ୍ଷାଦାନ କଲେ ମଧ୍ୟ ପ୍ରାଥମିକ ଶିକ୍ଷକଙ୍କୁ ଦରମା ଏବଂ ପଦନୋ୍ନତିରେ ବହୁ ପାତର ଅନ୍ତର ନୀତି ଆପଣାଯାଉଛି । ଉନ୍ନିନତ ଉଚ୍ଚ ବିଦ୍ୟାଳୟରେ ୮୦ପ୍ରତିଶତ ଶିକ୍ଷାର୍ଥି ଓ ୮୦ପ୍ରତିଶ ଶିକ୍ଷକ ପ୍ରାଥମିକ ବିଭାଗରେ ଥିବା ବେଳେ କେବଳ ୨୦ପ୍ରିତଶତ ମାଧ୍ୟମିକ ଶିକ୍ଷାର୍ଥୀ, ଶିକ୍ଷକ ରହିଥାନ୍ତି । ତେବେ ଉନ୍ନିତ ଉଚ୍ଚ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ପଦ କେବଳ ମାଧ୍ୟମିକ ଶିକ୍ଷକଙ୍କୁ ମଞ୍ଜୁର ନିମନ୍ତେ ଆଦେଶ କରାଯାଇଛି । ଯାହାକି ଦୁଃଖ ଓ ପରିତାପର ବିଷୟ ଅଟେ । ଯେପରିକି ଗୋଷ୍ଠୀ ଶିକ୍ଷାଧିକାରୀ ପଦନ୍ନୋତିରେ ୨:୧ (ମାଧ୍ୟମିକ ଶିକ୍ଷକ ୨, ପ୍ରାଥମିକ ଶିକ୍ଷକ ୧) ଅନୁପାତରେ ପଦନ୍ନୋତି କରାଯାଉଛି ତଦୃପ ଉନ୍ନିତ ଉଚ୍ଚ ବିଦ୍ୟାଳୟ ମାନଙ୍କର ୨:୧ (୨ ପ୍ରାଥମିକ ଶିକ୍ଷକଙ୍କୁ ଏବଂ ୧ ମାଧ୍ୟମିକ ଶିକ୍ଷକଙ୍କୁ) ପ୍ରଧାନ ଶିକ୍ଷକ ପଦନ୍ନୋତି ଦେବା ନିମନ୍ତେ ରାଜ୍ୟ ସଭାପତି ଶ୍ରୀସାହୁ ରାଜ୍ୟ ସରକାରଙ୍କ ଠାରେ ଦାବି ଉପସ୍ଥାପନା କରିବା ପାଇଁ ଦୃଢ ସଂକଳ୍ପ ନେଇଥିଲେ । ଯାହାକି ଜଣେ ପ୍ରାଥମିକ ଶିକ୍ଷକ ଚାକିରୀ ଆରମ୍ଭରେ ୨୨୦୦-୨୪୦୦-୪୨୦୦ ଗ୍ରେଡ ପେ ପାଇବାକୁ ଥିବା ସମୟରେ ୪୨୦୦ଗ୍ରେଡ ପେ ନ ଦେବା ନିମନ୍ତେ ମଝିରେ ଏକ ୨୮୦୦ଗ୍ରେଡ ପେକୁ ଯୋଡି ଦିଆଗଲା । ଯାହା ଫଳରେ ପ୍ରାଥମିକ ଶିକ୍ଷକ ୪୨୦୦ ଗ୍ରେଡ ପେ ପାଇବାରେ ବଞ୍ôଚତ ହୋଇଆସୁଛନ୍ତି । ରାଜ୍ୟ ସରକାର ଏସବୁ ପାତର ଅନତ୍ର ପ୍ରତି ଦୃଷ୍ଟିପାତ କରି ସମାଦାନ ନ କଲେ ଆଗାମୀ ଦିନରେ ଏହାର ଘୋର ପ୍ରତିବାଦ କରାଯିବ ବୋଲି ରାଜ୍ୟ ସବାପତି ଶ୍ରୀସାହୁ ଦୃଢ ସଂକଳ୍ପ କରିଥିଲେ । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁମାର ପଣ୍ଡା, ଦୁର୍ଗା ପ୍ରସାଦ ପଟ୍ଟନାୟକ, ସୁଦର୍ଶନ ଜେନା, ବିମଳ ଲିମା, ଗିଦିଏନ୍ ଶବର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ