ଗଜପତି ଜିଲ୍ଲା ସ୍କାଉଟ ଓ ଗାଇଡ୍ ପକ୍ଷରୁ କରୋନା ସଚେତନତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସ୍କାଉଟ ଓ ଗାଇଡ ପକ୍ଷରୁ ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡା ପଞ୍ଚାୟତରେ କରୋନା ଜନିତ ସଚେତନ କାର୍ଯ୍ୟକ୍ରମ କରାଯାଇଛି । ଏଥି ପାଇଁ ମାସ୍କ ବଣ୍ଟନ,ବିଶୋଧନ ସିଞ୍ଚନ ,ହାତଧୁଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ତରଙ୍ଗଡା ସରପଞ୍ଚ ସଂଜୁନିତା ଗମାଙ୍ଗ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶ କ୍ରମେ ସୀକ୍ଷକ ସଂଜୟ କୁମାର ପାତ୍ର,କିଶୋର ଦାସ,ତ୍ରିପତି ପଣ୍ଡା,ସୁରେଶ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ମାସ୍କ ବଣ୍ଟନ,ବିଶୋଧନ ସିଞ୍ଚନ ଇତ୍ୟାଦି କରିଥିଲେ । ଏହି ସାମାଜିକ କାର୍ଯ୍ୟରେ ତରଙ୍ଗଡା ପଞ୍ଚାୟତର ସଂପ୍ରସାରଣ ଅଧିକାରୀ କରୁଣାକର ଭୁୟାଁ ଓ ସ୍ଥାନୀୟ ମହିଳା ସଂୟଂସହାୟକ ଦଳ,ଆଶା ଓ ଅଙ୍ଗନବାଡି କର୍ମୀମାନେ ସହେଯାଗ କରିଥିଲେ । ଏହି ସମଗ୍ର ବିଶ୍ୱର କରୋନା ଭୁତାଣୁ ଜନିତ ସଂକ୍ରମଣ ସମସ୍ୟା ଦେଖାଯାଇଥିବା ବେଳେ ଜିଲ୍ଲା ସ୍କାଉଟ ଓ ଗାଇଡର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସ। କରାଯାଇଛି ।