ଗଜପତି ଜିଲ୍ଲା ସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ସ୍ତରୀୟ ଲୋକ ନୃତ୍ୟ ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି କ୍ଷ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ଙ୍କ ନିର୍ଦେଶ କ୍ରମେ ଓ ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି କାର୍ୟ୍ୟକ୍ରମକୁ ଗଜପତି ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଡ଼. ମୁର୍ମୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ଆୟୋଜିତ ପ୍ରତିଯୋଗିତା ର ଉଧେଶ୍ୟ ଜ୍ଞାପନ କରି ଏହା ଏକ ବିଷୟ ଭିତିକ ଲୋକ ନୂତ୍ୟ ପ୍ରତିଯୋଗିତା ଯାହା ମାଧ୍ୟମରେ ପୁଅ ଓ ଝିଅ ମାନଂକର ସମାନ ଅଧିକାର, ଅବହେଳିତ ବୃଦ୍ଧା ମାନଂକୁ ସମାନ ଦେବା ଓ ଯତ୍ନ ନେବା, ପରିବେଶ କୁ ସୁରକ୍ଷିତ ରଖିବା,ନିଶା ସେବନ ର କୁପ୍ରଭାବ ଭଳି ବିଭିନ୍ନ ବିଷୟରେ ବାର୍ତ୍ତା ପ୍ରେରଣ କରିବା ପାଇଁ ଉପଯୁକ୍ତ ପ୍ରୟାସ ବୋଲି କହିଥିଲେ କ୍ଷ ଡ଼. ମୁର୍ମୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା, ବିଶିଷ୍ଟ ସଂଗୀତକର ଗୁରୁ ରଘୁନାଥ ପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ କ୍ଷ ଏହି ପ୍ରତିଯୋଗିତା ରେ ଜିଲ୍ଲା ର ୯ଟି ଉଚ୍ଚ ବିଦ୍ୟାଳୟ ର ଛାତ୍ର /ଛାତ୍ରୀ ଓ ସହାୟକ ଶିକ୍ଷକ /ଶିକ୍ଷୟତ୍ରୀ ଯୋଗଦେଇଥିଲେ ସେମାନଙ୍କ ମଦ୍ୟରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ସେରଙ୍ଗ, ଗୁମ୍ମା ର ପ୍ରତିଯୋଗୀ ମାନେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇ ପୁରସ୍କୃତ ହୋଇଛନ୍ତି କ୍ଷ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ହରିହର ଦାସ ସ୍ୱାଗତ ଭାଷଣ ଦେବା ସଙ୍ଗେ ଧନ୍ୟବାଦ ଦେଇଥିଲେ କ୍ଷ ଏହି ପ୍ରତିଯୋଗିତା କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ପରିଚାଳନା କରିଥିଲେ I