ଗଜପତି ପୋଲିସର ସଫଳତା : ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆକୁ ଧରିଲା 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :  ଉତ୍ତର ପ୍ରଦେଶର ଆଲିଗଡ ଜିଲ୍ଲାରୁ ଉଠାଇ ଆଣିଲା ଗଜପତି ପୋଲିସ । ଅଡବା ଥାନା ଅଧୀନରେ ଗତ ଅକ୍ଟୋବର ୩ ତାରିଖରେ ଏକ ଗ୍ରାନାଇଟ ବୋଝେଇ ଟ୍ରକରେ ୨୦୨୦ କିଲୋଗ୍ରାମ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଥିଲା ଅଡବା ପୋଲିସ । ୦୩.୧୦.୨୦୨୧ ଅଡବା ଥାନାରେ ଏନେଇ ୧୦୩/୨୧ ମାମଲା ରୁଜୁ କରାଯାଇ ଗାଡ଼ିର ଡ଼୍ରାଇଭର ଓ କ୍ଲିନରକୁ ଗିରଫ କରି କୋର୍ଟ ଚାଲାଣ କରି ମାମଲାର ତଦନ୍ତ ଜାରି ରଖିଥିଲା ପୋଲିସ । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଗଜପତି ପୋଲିସର ଏକ ସ୍ବତନ୍ତ୍ର ଟିମ ଉତ୍ତର ପ୍ରଦେଶର ଆଲିଗଡ ଜିଲ୍ଲାର ଡୋରିନଗର ଗ୍ରାମରେ ପହଞ୍ଚି ଯଶଵନ୍ତ ସିଂ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ପୂର୍ବରୁ ଥରେ ୟୁପିର ଗାନ୍ଧୀପାର୍କ ଥାନାରେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିଲା । ଏବେ ପୁଣି କାରବାର ଚଳାଇଥିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ ହୋଇଛି । ବର୍ତ୍ତମାନ ପୋଲିସ ଯଶୋବନ୍ତ ବେଆଇନ କାରବାରରେ କେତେ କଳାଧନ ଉପାର୍ଜନ କରିଛନ୍ତି, ସେସବୁକୁ ତଦନ୍ତ ପରିସରଭୁକ୍ତ କରି ତଦନ୍ତ ପ୍ରକ୍ରିୟା ଜାରି ରଖିଛି ଗଜପତି ପୋଲିସ୍ । ଏନେଇ ଗଜପତି ଏସପି ଜୟରାମ ଶତପଥୀ ପାରଳାଖେମୁଣ୍ଡି ଆଦର୍ଶଥାନା ପରିସରରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଜି ଅଭିଯୁକ୍ତ ଯଶୋବନ୍ତ ସିଂଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଯୋଗ୍ୟ ଯେ, ଏହି ଗଞ୍ଜେଇ ମାମଲା ଗୁଡିକରେ ଚାଲାଣକାରୀମାନେ ଧରାପଡୁଥିବା ବେଳେ ମୁଖିଆମାନଙ୍କ ନିକଟରେ ପହଞ୍ଚିପାରୁ ନଥିଲା ପୋଲିସ । ପ୍ରଥମ ଥର ପାଇଁ ଚେର ଲମ୍ବିଥିବା ସ୍ଥାନକୁ ଯାଇ ଏପରି ଗିରଫ କରିଥିବାକୁ ନେଇ ଚାରିଆଡୁ ପ୍ରଶଂସା ସାଉଁଟୁଛି ଗଜପତି ପୋଲିସ । ଅନ୍ୟପକ୍ଷରେ ଏପରି ପ୍ରତ୍ୟେକ ମାମଲାର ମୁଖିଆମାନଙ୍କୁ ଧରିପାରିଲେ ବହୁ ପ୍ରତିଶ୍ତ ଗଞ୍ଜେଇ କାରବାର କମିଯାଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ