ଗଜପତି ପୋଲିସ ଦ୍ୱାରା ୮୨ ଅମାନିଆ ବିନା ମାସ୍କଧାରୀ ଧରାପଡିଲେ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ମାସ୍କ ପନ୍ଧି ନ ଥିବା ଅଭିଯୋଗରେ ୮୨ ଜଣ ଅମାନିଆଙ୍କୁ ପୋଲିସ ଧରପଗଡ କରିଛି । ଏମାନଙ୍କ ଠାରୁ ଜଣକ ପିଛା ୨ଶହ ଟଙ୍କା ଲେଖାଏଁ ଜରିମାନା ଆଦାୟ ହୋଇଥିବା ସୁଚନା ମିଳିଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଲକ୍‌ଡାଉନ୍ ଯୋଗୁଁ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ପଇଁତରା ବେଳେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୩୪ ଜଣଙ୍କୁ ଧରାଯାଇ ସେମାନଙ୍କ ଠାରୁ ମୋଟ ୬.୮୦୦ ଟଙ୍କା ଜରିମାନା ଆଦାୟ କରାଯାଇ ମାସ୍କ ପିନ୍ଧିବା ପାଇଁ ସେମାନଙ୍କୁ ତାଗିଦ କରି ଛଡା ଯାଇଥିବା ସୁଚନା ମିଳିଛି । ସେହିପରି ଆର.ଉଦୟଗିରି ଥାନା ଅଞ୍ଚଳରେ ୧୨ଜଣ,ଗୁରାଣ୍ଡି ଥାନା ଅଞ୍ଚଳରେ ୧୦ଜଣ,କାଶୀନଗର ଥାନା ଅଞ୍ଚଳରେ ୧୮ଜଣ,ସେରଙ୍ଗ ଥାନା ଅଞ୍ଚଳରେ ୮ଜଣ ଅମାନିଆଙ୍କୁ ମାସ୍କ ପନ୍ଧି ନ ଥିବା ଅଭିଯୋଗରେ ପୋଲିସ ଧରିଛି । ଏମାନଙ୍କ ଠାରୁ ଜଣକ ପିଛା ୨ଶହ ଟଙ୍କା ଲେଖାଏଁ ୯୬୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ସୁଚନା ମିଳିଛି । ମୋଟ ଉପରେ ଗଜପତି ଜିଲ୍ଲାରେ ୮୨ଜଣଙ୍କୁ ମାସ୍କ ନ ପିନ୍ଧି ଥିବା ଅଭିଯୋଗରେ ପୋଲିସ ପଦକ୍ଷେପ ଗ୍ରହଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ