ଗଜପତି ପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଖରଷଣ୍ଡା ଗ୍ରାମଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମରୁଡି ଯୋଗୁଁ ଧାନ ଫସଲ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ନେଇ କେତେକ ଜଳାଭାବ ଯୋଗୁଁ ନଷ୍ଟ ହୋଇଯାଇଥିବା ଧାନ ଗଛକୁ ଦେଖାଇ ସମସ୍ୟା ଜଣାଇଲେ ଗୋଶାଣୀ ବ୍ଲକବାସୀ. ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ସ୍ବାତୀ ଏସ କୁମାର, ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗଦେଇ ଖରଷଣ୍ଡା ପଞ୍ଚାୟତ ସମେତ ବାଘଶଳା, ମଧୁସୂଦନପୁର, ଉପଲଡ଼ା ଓ ଗୁମ୍ମା ବ୍ଳକର ନାମନଗଡ଼ ଗ୍ରାମ ପଞ୍ଚାୟତର ସମୁଦାୟ ମୋଟ୧୦୬ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା । ସେଥ୍‌ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ୩୮ଟି ଓ ଗ୍ରାମ ଭିରିକ ସମସ୍ୟା ୬୮ଟି ରହିଥିଲା I ମୋଟ ଅଭିଯୋଗ ମଧ୍ୟରୁ ୪୩ ଗୋଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି ଶିବିରରେ ଦୁଇ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ଜଳସେଚନ, ଗୃହ ନିର୍ମାଣ, ରାସନ୍ କାର୍ଡ, ମନରେଗା, ଶିକ୍ଷା, ମୋ ଘର ଯୋଜନା, ରାସ୍ତା ସମସ୍ୟା ଭଳିବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା | ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ସମୟରେ ଗୋଷାଣି ପଞ୍ଚାୟତ ସମିତି ଅଧ୍ଯକ୍ଷ ଏନ୍. ବୀରରାଜୁ. ଗୋଷାଣି ଗୋଷ୍ଠି ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ, ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା, ସ୍ଥାନୀୟ ସରପଞ୍ଚ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧ୍ ଉପସ୍ଥିତ ଥିଲେ | ତେବେ ଶିବିର ଅନୁଷ୍ଠିତ ହେଉଥିବା ଏବଂ ଏଥିରେ ଗଜପତି ଜିଲ୍ଲାପାଳ ଯୋଗଦେଉଥିମ୍ବା ଶୁଣି ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଜମିରେ ଜଳସେଚନ ସମସ୍ୟାଯୋଗୁଁ ନଷ୍ଟ ହୋଇଥିବା ଧାନ ଗଛକୁ ଦେଖାଇଥିଲେ I ଅଞ୍ଚଳର ସମସ୍ତ ଧାନ ଚାଷ ଜମି ଉପଯୁକ୍ତ ପାଣି ନ ପାଇବା ଯୋଗୁଁ ଧାନ ଅମଳ ନଷ୍ଟ ହୋଇଥିବା ନେଇ ଚାଷୀମାନେ ଦୃଷ୍ଟିଆକର୍ଷଣ କରିଥିଲେ | ଚାଷୀମାନେ କହିଛନ୍ତି ଯେ, ଚଳିତ ବର୍ଷ ଧାନ ଚାଷ ସମ୍ପୂର୍ଣ ଭାବେ ଉଜୁଡ଼ି ଯାଇଛି । ଫଳରେ ସେମାନେ ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରୁଛନ୍ତି । ସରକାରୀ ସହାୟତା ନ ମିଳିଲେ ଆମ୍ଭେମାନେ ଭିଟାମାଟି ଛାଡ଼ି କାମ ପାଇଁ ବାହାର ରାଜ୍ୟକୁ ଚାଲିଯିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି । ତେଣୁ ମରୁଡ଼ି ଘୋଷଣା କରି ପ୍ରଶାସନ ତରପରୁ ସହାୟତା ପାଇଁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ