ଗଜପତି ପ୍ରଶାସନ ତରଫରୁ ଦୁର୍ନିତି ନିବାରଣ ସପ୍ତାହ ପାଳିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନିତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପଳ ଅନୁପମ ସାହା ସଭାପତିତ୍ୱ କରିଥିବା ବେଳେ ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୈଧୁରୀ ମଞ୍ଚାସୀନଥିଲେ । ଜିଲ୍ଲାପାଳ ଶ୍ରୀ ସାହା ଦୁର୍ନିତି ନିବାରଣ ଉପରେ ଗୁରୁତ୍ୱ ଦେଇ ପ୍ରତ୍ୟେକ କାର୍ଯ୍ୟକ୍ରମରେ ସାଧୁତା ଏବଂ ସ୍ୱଚ୍ଛତା ବଜାୟ ରଖି ନିଷ୍ଠାପର ଭାବେ ଅବିରତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବାସନ୍ତି ଦେଇ, ସହକାରୀ ଜିଲ୍ଲାପାଳ ଜୟଦ ରଥ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରୀପାଠି, ଜିଲ୍ଲା ଗ୍ରାମ୍ୟ ଉନ୍ନୟ ସଂସ୍ଥାର ନିର୍ବାହୀ ଯନ୍ତ୍ରୀ ଜ୍ୟୋତି ରଂଜନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ପ୍ରମୁଖ ଉପସ୍ଥିତଥିଲେ । ଦୁର୍ନିତି ନକରିବା ସହ ଅନ୍ୟକୁ ଦୁର୍ନିତିରୁ ଦୂରେଇ ରଖିବା ପାଇଁ ସମସ୍ତଙ୍କୁ ଜିଲ୍ଲାପାଳ ଶ୍ରୀ ସାହା ଶପଥ ପାଠ କରାଇଥିଲେ ।