ଗଜପତି ପ୍ରଶାସନ ପକ୍ଷରୁ ନୂତନ ଗାଇଡଲାଇନ୍ ୩୦ ଜୁନ ପର୍ଯ୍ୟନ୍ତ ଜାରି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ନୁତନ ଗାଇଡଲାଇନ୍କୁ ଜିଲ୍ଲାପାଳ ଅନୁପମ ସାହା ଘୋଷଣା କରିଛନ୍ତି । ଜୁନ ୩୦ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ସମେତ ସାରା ଜିଲ୍ଲାରେ ସକାଳ ୫ଟାରୁ ଦିନ ୧୧ଟା ଏବଂ ସଂଧ୍ୟା ୪ଟାରୁ ୭ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲାରହିବ । ପୁର୍ବଭଳି ପାର୍କ,ଜିମ୍,ଧର୍ମନୁଷ୍ଠାନ,ସପିଙ୍ଗମଲ,ସିନେମା ହଲ୍,ସମସ୍ତ ଶିକ୍ଷାନୁଷ୍ଠାନ ଇତ୍ୟାଦି ବନ୍ଦ ରହିବ । ସେହିପରି ସମସ୍ତ ପ୍ରକାର ଧାର୍ମୀକ ଏବଂ ରାଜନୈତିକ ସଭାସମିତି ବନ୍ଦ ରହିବ । କିନ୍ତୁ ଆନ୍ତରାଜ୍ୟ ଏବଂ ଆନ୍ତଜିଲ୍ଲାକୁ ବିଭିନ୍ନ ଯାନବାହନ ଯାତାୟତ ହୋଇପାରିବ । ମାସ୍କ ପିନ୍ଧିବା ବାଧ୍ୟତା ମୁଳକ ହୋଇଥିବା ବେଳେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ କଟକଣା କରାଯାଇଛି । ଏଭଳି କରୁଥିବା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ ହେବ ବୋଲି ଏହି ଗାଇଡଲାଇନ୍ରେ ସ୍ପଷ୍ଟ କରାଯାଇଛି । ଗୋଟିଏ ସ୍ଥାନରେ ୭ଜଣରୁ ଅଧିକ ଲୋକ ଏକାଠି ରହିପାରିବେ ନାହିଁ ବୋଲି କୁହାଯାଇଛି । ବିବାହ କାର୍ଯରେ ୫୦ଜଣ ଏବଂ ଶବ ସତ୍କାର କାର୍ଯ୍ୟରେ ୨୦ଜଣ ଯୋଗ ଦେଇପାରିବେ ବୋଲି ଏହି ନୁତନ ଗାଇଡଲାଇନ୍ରେ ରହିଛି । ରାତ୍ର ୭ଟା ଠାରୁ ସକାଳ ୫ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ।


