ଗଜପତି ବିଜେପି କାର୍ଯ୍ୟାଳୟରେ ଆମ୍ବେଦକର ଜୟନ୍ତୀ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଠାରେ ଥିବା ବିଜେପି କାର୍ଯ୍ୟଳୟରେ ଆଜି ବାବା ସାହେବ ଆମ୍ବେଦକରଙ୍କ ୧୨୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି କେ.ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତୀକୁ ସାମାଜିକ ଦୁରତା ରକ୍ଷା କରି ପାଲନ କରାଯାଇଥିଲା । ପ୍ରାରମ୍ଭରେ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ପୁର୍ବତନ ନଗରପାଳ ପି.କ୍ରିଷ୍ଣା ଏବଂ ନରସିଂହ ପଟ୍ଟନାୟକଙ୍କ ସମେତ ବରିଷ୍ଟ ବିଜେପି ନେତା ସିଦ୍ଧେଶ୍ୱର ମିଶ୍ର,ଜି.ଭେଙ୍କଟ ରାବଣା,ମୁଲ୍ଲୀ ଗୋପାଳ ରାଓ,ଜମାଦାର ପଟ୍ଟନାୟକ,ପୁର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ପି.ଲତା,ବିଜେପି ନେତ୍ରୀ ମାମା ସାହୁ ପ୍ରମୁଖ ଯୋଗ ଦେଇ ଆମ୍ବେଦକରଙ୍କ ଗୁଣଗାନ କରିବା ସହ ତାଙ୍କ ଆଦର୍ଶରେ ପ୍ରତ୍ୟେକେ ଅନୁପ୍ରାଣିତ ହୋଇ ଦେଶ ଓ ଜାତିର ସେବା କରିବା ପାଇଁ ଆହ୍ୱାନ ଦେଇଥିଲେ ।


