ଗଜପତି ବିଜେପି କାର୍ଯ୍ୟାଳୟରେ ଅଟଳଜୀଙ୍କ ଜନ୍ମଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲାର ବରିଷ୍ଠ ନେତା ନରସିଂହ ପଟ୍ଟନାୟକ,ଜମାଦାର ପଟ୍ଟନାୟ.ମାମା ସାହୁଙ୍କ ସମେତ କେତେକ ନେତା ଓ କର୍ମୀ ଯୋଗ ଦେଇ ବାଜପେୟୀଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ତ୍ୟାଗ ଓ ଆଦର୍ଶରେ ପ୍ରତ୍ୟେକ ବ୍ୟକ୍ତି ଅନୁପ୍ରାଣୀତ ହେବା ପାଇଁ ଆହ୍ୱାନ କରିଥିଲେ । ତାଙ୍କରି ପ୍ରଧାନମନ୍ତ୍ରୀ ସମୟର ଉନ୍ନତ ମାନର ଅଭିବୃଦ୍ଧି ମୂଳକ ଶାସନକୁ ମନେ ପକାଇ ଦଳ ତରଫରୁ ଆଜିର ଏହି ଜନ୍ମତିଥିକୁ ସୁଶାସନ ଦିବସ ଭାବେ ମଧ୍ୟ ପାଳନ କରା ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ