ଗଜପତି ବିଜେପି ତରଫରୁ ଏସପି ଅଫିସ ଘେରାଓ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ମମିତା ମେହେରଙ୍କ ହତ୍ୟା ମାମଲାରେ ସଂପୂର୍ଣ୍ଣ ବାବେ ଜଡିତ ଥିବା ଗୃହମନ୍ତ୍ରୀ ଦିବ୍ୟ ସଙ୍କର ମିଶ୍ରଙ୍କୁ ତୁରନ୍ତ ଗିରଫ ଦାବିରେ ଆଜି ଗଜପତି ଜିଲ୍ଲା ବିଜେପି ଦଲ ତରଫରୁ ଏସପିଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯାଇଛି । ପାରଳା ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି କେ.ନାରାୟଣ ରାଓଙ୍କ ନେତୃତ୍ୱରେ ବିଜେପିର କର୍ମୀ ଓ ନେତାମାନେ ଗଜପତି ଜିଲ୍ଲା ଏସପିଙ୍କ କାର୍ଯାଳୟକୁ ଘେରାଓ କରିଛନ୍ତି । ପାରଳା ବିଧାୟକ ଶ୍ରାୀ ରାଓ ଏଥିରେ ରାଜ୍ୟ ସରକାରଙ୍କୁ ଦୃଢ ସମାଲୋଚନା କରି କହିଛନ୍ତି ,ଓଡିଶାରେ ଅପାରଗ ଶାସନ ଚାଲିଛି । ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିଲେ । ହେଲେ ହାତ ହଲାଇ ଚାଲିଯିବା ଛଡା ଲୋକଙ୍କ ପାଇଁ ପଦୁଟିଏ କଥା ବି ନ କହି ଚାଲିଯାଇଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଠିକ ଭାବେ ଚାଲିପାରୁ ନାହାଁନ୍ତି । ସଭା ସମିତିରେ ଲୋକଙ୍କ ସୁଖ ଦଃୁଖ ପାଇଁ କିଛି କହିବୀ ତ ଦୁରର କଥା ଭଲ ଭାବେ ନିଜେ କଥା ମଧ୍ୟ କହିପାରୁ ନାହାଁନ୍ତି କିମ୍ବା କାହାକୁ ଚିହ୍ନି ପାରୁ ନାହାଁନ୍ତି । ଏଭଳି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶାସନ ବ୍ୟବସ୍ଥା ଚାଲିବ କିପରି । ଓଡିଶାରେ ଶାସକ ବିଜେଡି ଦଳର ନେତା ଓ ମନ୍ତ୍ରୀମାନଙ୍କ ଦ୍ୱାରା ହତ୍ୟା ଅପରାଧ ଆଦି ବଢି ଚାଲିଛି । ମମତା ମେହେରଙ୍କୁ ଗୃହମନ୍ତ୍ରୀଙ୍କ ସମ୍ପୁର୍ଣ୍ଣ ଜ୍ଞାତ ସାରରେ ହତ୍ୟା କରାଯାଇଛି । ଏଭଳି ମନ୍ତ୍ରୀଙ୍କୁ ଅପାରଗ ଓଡିସା ସରକାର ସମସ୍ତ ସୁରକ୍ଷା ଦେଉଚନ୍ତି । ଏହାର ପ୍ରତିବାଦରେ ଆଜି ବିଜେପି ଦଳ ତରଫରୁ ଗଜପତି ଏସପିଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯାଇଛି । ସମ୍ପୁୃକ୍ତ ମନ୍ତ୍ରୀଙ୍କୁ ବହିଷ୍କାର,ଗିରଫ ଓ ସିବିଆଇ ତଦନ୍ତ କରାଯାଉ । ଏହି ଘେରାଓରେ ବିଷ୍ଠ ବିଜେପି ନେତା ନୃସିଂହ ଚରଣ ପଟ୍ଟନାୟକ,ଶନ୍ତୋଷ ଜେନା,ରାଧାକାନ୍ତ ପରିଡା,ପ୍ରଶାନ୍ତ ପାଳ,ଜଗନ୍ନାଥ ମହାପାତ୍ର,ବରିଷ୍ଠ ନେତ୍ରୀ ଅରୁଣିମା ସାହୁ,କାଶୀନଗ୍ର ବ୍ଲକ ଅଧ୍ୟକ୍ଷ ସି.ଏଚ.ସିମାଦ୍ରୀ.ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପି.ଲତା ପ୍ରମୁଖଙ୍କ ସହ ବହୁ କର୍ମୀ ଓ ନେତା ଉପସ୍ଥିତ ଥିଲେ ।


