ଗଜପତି ବିଭୂତି ଲୋକାର୍ପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଭଣ୍ଡାରୀସାହି ସ୍ଥିତ ହିତୈଷିଣୀ ସଭାଗୃହରେ ଗଜପତି ବିଭୂତି ଲୋକାର୍ପିତ ହେବା ସହ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ନିକଟରେ ସମ୍ବର୍ଦ୍ଧନା ପାଇଥିବା ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ପଣ୍ଡା ଏକାଡେମୀ ପକ୍ଷରୁ ପାଇଥିବା ଏକଲକ୍ଷ ଟଙ୍କାର ଚେକ୍‌,ମାନପତ୍ର,ମୋମେଣ୍ଟୋ ଓ ଉପଢୌକନ ପ୍ରଦର୍ଶନ କରିଥିଲେ । ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡ.ଅରୁଣା ସାମଲ,ସମ୍ମାନୀୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଭାରତ ଭୂଷଣ ମହାନ୍ତି,ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଯୋଗଦେଇ ପୁସ୍ତକ ଗଜପତି ବିଭୂତି ଉନ୍ମୋଚନ କରିଥିଲେ । ପାରଳାଖେମୁଣ୍ଡି ଐତିହ୍ୟ ସମ୍ପନ୍ନ ସାରସ୍ୱତ ସାଧନାର ଏନ୍ତୁଡିଶାଳ ବୋଲି ଅତିଥିମାନେ କହିଥିଲେ । ପଣ୍ଡାଙ୍କ ସହ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ବେବର୍ତ୍ତାଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱର୍ଣ୍ଣପ୍ରଭା ପାଠୀ,ଆଶାଲତା ପାଣିଗ୍ରାହୀ,ଡ.କଲ୍ୟାଣୀ ମିଶ୍ର,ପ୍ରତ୍ୟୁଷ ପଣ୍ଡା,ମୁରଲୀଧର ପରିଚ୍ଛା,ନିତ୍ୟାନନ୍ଦ ଚୌଧୁରୀ,ଗୋପାଳ ଚନ୍ଦ୍ର ଶତପଥୀ ପ୍ରମୁଖ ପଣ୍ଡା ଓ ମହାପାତ୍ରଙ୍କ ଶତାୟୁ କାମନା କରି ନୂଆପିଢିଙ୍କୁ ସାରସ୍ୱତ ସାଧନ କ୍ଷେତ୍ରରେ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ । ପଣ୍ଡିତ ନରସିଂହ ଗୌଡ ଗୀତା ପାଠ ଓ ସ୍ୱର୍ଣ୍ଣପ୍ରଭା ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ