ଗଜପତି ମହାବିଦ୍ୟାଳୟର ଚୈକି ଟେବୁଲ, ଖୋଲା ଆକାଶ ତଳେ ପଡି ଖତ ଖାଉଚି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ତିତ ଶ୍ରୀକ୍ରୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଶ୍ରେଣୀବିଭାଗ ମଧ୍ୟରେ ଥିବା ଚୈକି ଟେବୁଲ,ଛାତ୍ର ଛାତ୍ରୀ ମାନେ ବସି ପାଠ ପଢ଼ିବାର, ଆସବାବପତ୍ର ଗୁଡ଼ିକ ବାହାରେ ଖରା ବର୍ଷା କାକରରେ ପଡି ଖତ ଖାଉଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟଯେ ଆଉ 5 ଦିନ ପରେ କଲେଜ ଖୋଲିବାକୁ ଯାଉଛି. ହେଲେ ଟେବୁଲ ଚୌକି ଆଦି ବାହାରେ ପଡି ରହିଥିବା ଯୋଗୁଁ କଲେଜରେ ଛାତ୍ରଛାତ୍ରୀ କିପରି ପାଠ ପଢିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ପ୍ରକାଶଥାଉକି ଚଳିତ ସାଧାରଣ ନିର୍ବାଚନରେ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଜିଲ୍ଲା ପ୍ରଶାସନ ନିର୍ବାଚନର ସମସ୍ତ କାର୍ଯ୍ୟକୁ ପାରଳାଖେମୁଣ୍ଡିର ଶ୍ରୀକ୍ରୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ହିଁ ଚଳିତ ବର୍ଷ ପ୍ରଥମ ଥର ପାଈଁ ଆରମ୍ଭ ହୋଇଥିଲା। ଏହି ମହାବିଦ୍ୟାଳୟରେ ଶ୍ରେଣି ଗୃହ ଗୁଡ଼ିକରେ ଛାତ୍ର ଛାତ୍ରୀମାନେ ବସିକି ପାଠ ପଢୁଥିବା ଚୈକି ଟେବୁଲ୍ ଗୁଡ଼ିକୁ ଶ୍ରେଣି ଗୃହରୁ ବାହାର କରି ଖୋଲା ଆକାଶ ତଳେ ଫୋପାଡି ଦେଇଛନ୍ତି, ଯାହା ଫଳରେ ବର୍ତମାନ ଚୈକ ଟେବୁଲ୍ ଗୁଡ଼ିକ ଖରା ବର୍ଷାରେ ପଡି ଖତ ଖାଉଥିବା ଦେଖାଯାଉଛି। ଆଉ କେଇଟା ଦିନରେ ପିଲାଙ୍କ ମହାବିଦ୍ୟାଳୟ ଖୋଲିବ ପାଠ ପଢା ଆରମ୍ଭ ହେବା ବେଳକୁ ଏହି ଚୈକ ଟେବୁଲ୍ ଗୁଡ଼ିକ ନଷ୍ଟ ହୋଇଯାଇଥିବା ବେଳେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଠ ଅଧ୍ୟୟନ ରେ ବାଧାପ୍ରାପ୍ତ ହେବାର ସମ୍ଭାବନା। ଦେଖିବାକୁ ଗଲେ ଏହି ଐତିହାସିକ ମହାବିଦ୍ୟାଳୟ ର ସହ ସହ ବର୍ଷର ପୁରୁଣା ଶାଗୁଆନ କାଠ ନିର୍ମିତ ଚୈୟର ଟେବୁଲ୍ ଗୁଡ଼ିକ ୫ଟି ଋପାନ୍ତରୀଣ ନାଁରେ ଭଙ୍ଗା ଭଙ୍ଗି କରି ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା , ସେତେବେଳେ ଯେଉଁ ନୁଆ ରୁପାନ୍ତର କାର୍ଯ୍ୟକ୍ରମ ରେ ଅଣାଯାଇଥିବା ଚୈକି ଟେବୁଲ୍, ଗୁଡ଼ିକ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଅବହେଳିତ ଅବସ୍ଥାରେ ଖୋଲା ଆକାଶ ତଳେ ଫୋପାଡି ଦେଇଛନ୍ତି ଯାହା କି ଖତ ଖାଉଥିବା ଦେଖିବାକୁ ମିଳିଛି। ଏହି ସମସ୍ତ ବିଷୟବସ୍ତୁକୁ ଆଧାର କରି ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ଅଭିଯୋଗ ଆସିଛି, ନିର୍ବାଚନ ସମ୍ପର୍କିତ ସମସ୍ତ କାର୍ଯ୍ୟକ୍ରମ ସମାପ୍ତ ହୋଇସାରିଛି, ହେଲେ ଜିଲ୍ଲା ପ୍ରଶାସନ କ’ଣ ପାଇଁ ମହାବିଦ୍ୟାଳୟର ଆଷବାପତ୍ର ଗୁଡ଼ିକ ଅବହେଳିତ ଅବସ୍ଥାରେ ବାହାରେ ଫିଙ୍ଗା ଫିଙ୍ଗି ଦେଇଛନ୍ତି। ଜିଲାପାଳ ଏଥିପାଇଁ ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ଏହି ବିଷୟରେ ଆଲୋଚନା କରିବା ଆବଶ୍ୟକ ରହିଛି। ଯଦି ଇତି ମଧ୍ୟରେ ଯାହା କିଛି ନଷ୍ଟ ହୋଇଥାଏ ତାହା ହେଲେ ଯଥାଶୀଘ୍ର ତା’ର ବ୍ୟବସ୍ଥା କରାଯିବା ଆବଶ୍ୟକ ରହିଛି. ଯଦି ବା ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କ ବସିବା ପାଇଁ ପାଠ ପଢ଼ିବାରେ ଅସୁବିଧା ହେଲେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଠ ଅଧ୍ୟୟନ ଉପରେ ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି।