ଗଜପତି ରାୟଗଡରେ ମଧ୍ୟ ରାତ୍ରରେ ବିଦ୍ୟୁତ୍ ତାରରେ ନିଆଁ, ଲୋକେ ଆତଙ୍କିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ବାଣୀଶ୍ରୀ ଛକରେ ବିଳମ୍ବିତ ରାତିରେ ଏକ ବିଦ୍ୟୁତ୍ ଖୁଣ୍ଟରେ ନିଆଁ ବାହାରିଥିଲା। ଏହା ଦେଖି ଲୋକେ ଜୀବନ ଭୟରେ ଦୌଡ଼ି ଥିଲେ I ବିଦ୍ୟୁତ ବିଭାଗକୁ ଜଣାଇବା ପରେ ବିଦ୍ୟୁତ୍ ସେବା ବନ୍ଦ କରାଯାଇଥିଲା । କିଛି ସମୟ ପରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ନିଆଁ ଲିଭାଇବା ପାଇଁ ବିଭାଗୀୟ କର୍ମଚାରୀ କିମ୍ବା ସାଧାରଣ ଲୋକ ସାହସ କରିପାରିନଥିଲେ। ଶେଷରେ ଅଗ୍ନିଶମ ବାହିନୀକୁ ଜରୁରୀ କାଳୀନ ସେବା ନଂ ୧୧୨ ମାଧ୍ୟମରେ ଜଣାଇଥିଲେ । ଘଟଣାସ୍ଥଳ ମାତ୍ର ଦୁଇ କିମି ଦୂରତା ହୋଇଥିଲେ ହେଁ ଦୁଇ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା । ଅଗ୍ନିଶମ ବାହିନୀ ପହଞ୍ଚିବାରେ ବିଳମ୍ବ ଯୋଗୁଁ ଲୋକେ ଭୟଭିତ ହୋଇପଡ଼ିଥିଲେ। ଶେଷରେ ବାଧ୍ଯହୋଇ କିଛି ସାମାଜସେବୀ ବାଇକ୍ ଯୋଗେ ଅଗ୍ନିଶମ କେନ୍ଦ୍ରକୁ ଯାଇ ଜଣାଇଥିଲେ। କିଛି ସମୟ ପରେ ବିଭାଗୀୟ କର୍ମଚାରୀ ଆସି ନିଆଁକୁ ଲିଭାଇଥିଲେ। ବିଳମ୍ବରେ ଅଗ୍ନିଶମ ବାହିନୀ ପହଞ୍ଚିବାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟୁତ୍ ବିଭାଗ ନିମ୍ନମାନର ବିଦ୍ୟୁତ୍ ତାର ଲଗାଇ ବାରୁ ଏପରି ନିଆଁ ଲାଗିଥିବା ଗ୍ରାମବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ ଗଜପତି ଜିଲ୍ଲାରେ ତାପମାତ୍ରା ୪୦ରୁ ଉପରେ ରହୁଥିବା ବେଳେ ରାୟଗଡ଼ ଅଞ୍ଚଳରେ ଗତ ଫେବୃଆରୀ ମାସରୁ ଘନ ଘନ ଅଘୋଷିତ ବିଦ୍ୟୁତ କାଟ ଜାରି ରହିଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ଠାରୁ ଜାଣିବାକୁ ଚାହିଁଲେ ତାଙ୍କ ମୋବାଇଲ ବ୍ୟସ୍ତ ଥିବା ଜଣାପଡୁଛି। ଲୋକେ ଅନ୍ୟ ବିକଳ୍ପ ନ ପାଇ ଗରମରେ ଆଉଟୁ ପାଉଟୁ ହେବାକୁ ବାଧ୍ଯ ହେଉଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଚଳିତ ମାସ ୨୦ ତାରିଖରୁ ରାୟ ଓଡ଼ିଆ ସାହି ପକ୍ଷରୁ ସାତ ଦିନ ଧରି ମାଁ କମଳା ଦେବୀଙ୍କ ଘଟ ଯାତ୍ରା ଅନୁଷ୍ଠିତ ହେଉଛି। ବିଭିନ୍ନ ଗ୍ରାମରୁ ମା କମଳା ଦେବୀଙ୍କ ଆଶୀର୍ବାଦ ନେବାକୁ ଶତାକ ବନ୍ଧୁ ପରିଜନ ଆସି ଆସିଥିବାବେଳେ ସ୍ଥାନୀୟ ବିଦ୍ୟୁତ ବିଭାଗର ଦାୟିତ୍ବହୀନ କାର୍ଯ୍ୟ ଏବଂ ନିମ୍ନମାନର ବିଦ୍ୟୁତ ତାର ସଂଯୋଗକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣା ନେଇ ଉଚ୍ଚସ୍ତରୀୟ ତଦନ୍ତ ସହ ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି.