ଗଜପତି ରୁ ବିହାର ଯାଏ ଲମ୍ବିଛି ଗଞେଇ ଚେର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଜପତି ଜିଲ୍ଲାରୁ ବିହାର ରାଜ୍ୟ ଯାଏ ଲମ୍ବିଛି ଗଞେଇ ଚେର। ଆବାଧରେ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ନଜିର ରହିଛି। ତେବେ ଗତକାଲି ପାଟପୁର ପୋଲିସ ପେଟ୍ରୋ ଲୀଙ୍ଗ କରୁଥିବା ବେଳେ ଗଜପତି ରୁ ଆସୁଥିବା ଏକ ଦୋଭଜା ବୋଝେଇ ଟ୍ରକରେ ଗଞ୍ଜେଇ ଚୋରାଚାଲାଣ ବେଳେ ପାଟପୁର ପୋଲିସ ତପ୍ତପାଣି ଘାଟି ନିକଟସ୍ଥ ରାଜନାପଲ୍ଲୀ ଠାରେ ଅତର୍କିତ ଚଢ଼ାଉ କରିଥିବା ଜଣାପଡିଛି । ତେବେ ଉକ୍ତ ଚଢ଼ାଉ ସମୟରେ ପୋଲିସ ୧୭ ଗୋଟି ଗଞ୍ଜେଇ ବସ୍ତା ଜବତ କରିଥିବା ବେଳେ ଟ୍ରକ ଚାଳକକୁ ଗିରଫ କରିପାରିଛି । ଗିରଫ ଚାଳକ ଜଣକ ହେଲେ ବିହାର ପାଟନା ଜିଲ୍ଲା ସଲିମପୁର ଥାନା ରାମନଗର ଗ୍ରାମର ମଧୁସୂଦନ କୁମାର ସିଂ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଏକ ଟ୍ରକ ( ବି ଆର୍ ୦୬ ଜିବି ୫୫୦୮) ଯୋଗେ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ପୋଲିସ ବିଶେଷ ସୂତ୍ରରୁ ଖବରପାଇ ଏ ଏସ୍ ଆଇ ପରମେଶ୍ବର ମଳିକ ଏସ ଆଈ ଶ୍ରୀନିବାସଟ୍ର ଦାସ ଟ୍ରକ ଅଟକାଇ ଗାଡ଼ିର ତଲାସୀ କରିଥିଲେ । ତେବେ ଉକ୍ତ ଟ୍ରକରେ ବସ୍ତା ବସ୍ତା ଦୋଭଯା ବସ୍ତା ଭିତରେ ଗଞ୍ଜେଇ ବସ୍ତା ଲୁଚି ରହିଥିବା ଜାଣି ପାରିଥିଲେ । ଘଟଣାପରେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ ପରେ ସେଥିରେ ୫୮୭ କେଜି ୯୦୦ ଗ୍ରାମ ଗଞ୍ଜେଇ ରହିଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି । ଜବତ ଗଞ୍ଜେଇର ମୂଲ୍ୟ ୮୦ ଲକ୍ଷରୁ ଉର୍ଦ୍ଧ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏନେଇ ପାଟପୁର ଥାନା ମାମଲା ନଂ ୪୬୨/୨୩ ଦଫା ୨୦(ବି) ଆଇଆଇ(ସି) ଏନ୍ ଡିପିଏସ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ ପରେ ଜିଲ୍ଲା ଦୌରାଜଜ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ