ଗଜପତି ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ୫ଜଣ ଶିଶୁଶ୍ରମିକ ଉଦ୍ଧାର
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଜିଲା ଶ୍ରମ ବିଭାଗ ଏବଂ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଚଢାଉ କରାଯାଇ ୫ଜଣ ଶିଶୁଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଏହି ଶିଶୁଶ୍ରମିକ ମାନଙ୍କୁ ପାରଳାଖେମୁଣ୍ଡି ଏକ୍ସିସ ବ୍ୟାଙ୍କ ସମ୍ମୁଖ ସୀମାଦ୍ରୀ ଗ୍ୟାରଜରେ କାର୍ଯ୍ୟରତ ଜଣକୁ, ସୋଫିଆ ରେଷ୍ଟୁରାଣ୍ଟରେ କାର୍ଯ୍ୟରତ ୨ଜଣଙ୍କୁ, କରଣ ସାହି ସ୍ଥିତ ବିଜୟ ଶଙ୍କର ହୋଟେଲରେ କାର୍ଯ୍ୟରତ ଜଣକୁ ଏବଂ ପୁରୁଣା ବସ୍ଷ୍ଟାଣ୍ଟ ଭୁବନେଶ୍ୱରୀ ହୋଟେଲରେ କାର୍ଯ୍ୟରତ ଜଣକୁ ଉଦ୍ଧାର କରାଯାଇଥିବାର ଜଣାପଡିଛି । ଏମାନେ ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଜିଲା ଶିଶୁ କଲ୍ୟାଣ ସମିତିରେ ଉପସ୍ଥାପନ କରାଯାଇଛି । ସମସ୍ତଙ୍କର କାଉନସେଲିଂ ପରେ ସେମାନଙ୍କୁ ସେମାନଙ୍କ ଅଭିଭାବକଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି । ଏହି ଉଦ୍ଧାର କାର୍ଯ୍ୟକ୍ରମରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ସୁବାଷ ଚନ୍ଦ୍ର ମଣ୍ଡଳ, ଚାଇଲ୍ଡ ଲାଇନର ସଭ୍ୟ ସଲମନ ମଲ୍ଲିକ, ପ୍ରେମିକା ମଣ୍ଡଳ ପ୍ରମୁଖ ଉପସ୍ଥିତଥିବା ଜଣାପଡିଛି ।


