ଗଜପତି ସଉରା ଭାଷା, ସଂସ୍କୃତି ସୁରକ୍ଷା ମଞ୍ଚର ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପି.ଅନ୍ତରଡା ଛକ ଠାରେ ଗଜପତି ଓ ରାୟଗଡା ଜିଲ୍ଲା ଆନୁକୁଲ୍ୟରେ ସଉରା ଭାଷା ଏବଂ ସଂସ୍କୃତି ସୁରକ୍ଷା ମଞ୍ଚ ବୈଠକ ଆବାହକ ଇଡ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଗୁଣୁପୁରର ଜିଲ୍ଲା ପରିଷଦ ଇଗାନ ଗମାଙ୍ଗ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭାବେ ମୂଳ ଅଧିବାସୀ ସଂଗଠନ ରାଜ୍ୟ ଆବାହକ ଥିଓଫିଲ ଗମାଙ୍ଗ, ପୂର୍ବତନ ଜିଲ୍ଲା ପରିଷଦ ମାଥିଓ ଦଳବେହେରା, ଆଦିବାସୀ ନେତା ଦାମଦର ଶବର, ମଜେସ ଦଳ ବେହେରା, ଇନାସୁ ଶବର ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଇନାମ ଗମାଙ୍ଗ, ଶ୍ରୀନିବାସ ଗମାଙ୍ଗ, ଲକ୍ଷ୍ମୀ ଶବର ଯୋଗଦାନ କରି ସମ୍ବିଧାନର ୮ମ ଅନୁସୂଚିରେ ପ୍ରଦତ୍ତ ଅନୁଯାୟୀ ସୋଉରା ଭାଷା ଓ ଲିପିକୁ ସରକାର ସ୍ତରରେ କି ଭଳି ମାନ୍ୟତା ପାଇ ପାରିବା ଅଭିଭାଷଣ ଦେଇଥିଲେ। ବିଭିନ୍ନ ଭାଷାର ଲିପିକୁ ସରକାରୀ ସ୍ତରରେ ମାନ୍ୟତା ମିଳିଥିବା ଥିବାବେଳେ ସୋଉରା ଭାଷାର ଲିପିକୁ ଆଜି ପର୍ଯ୍ୟନ୍ତ ମାନ୍ୟତା ମିଳିପାରି ନାହିଁ। ତେଣୁ ସରକାରଙ୍କ ପାଖରେ ଉପସ୍ଥାନ କରି ସୋଉରା ଭାଷାର ଲିପିକୁ ମାନ୍ୟତା ପ୍ରଦାନ କରାଇବା ପାଇଁ ପ୍ରୟାସ କରାଯିବ ଏ ନେଇ ମତ ପ୍ରକାଶ କରିଥିଲେ। ଏଥିସହ ସେମାନଙ୍କର ଏକତା, ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖିବାକୁ ପରାମର୍ଶ ଦିଆଯାଇଥିଲା। ଉକ୍ତ ବୈଠକରେ ରାୟଗଡ଼ା ଜିଲ୍ଲା ଏବଂ ଗଜପତି ଜିଲ୍ଲାରୁ ଶତାଧିକ ସୋଉରା‌ ସଂପ୍ରଦାୟର ଲୋକେ ଉପସ୍ଥିତ ଥିଲେ। ବୈଠକକୁ ପୂର୍ବତନ ସରପଞ୍ଚ ତଥା ବିଧାୟକ ପ୍ରତିନିଧି ମୀନ ମଣ୍ଡଳ, ଅଭି ରଇତ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ