ଗଜପତି ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା) – କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ଘରୋଇ ଟିଭି ଚ୍ୟାନେଲ୍ କାର୍ଯ୍ୟରତ ପ୍ରତିନିଧି ମୋନଜ ସ୍ୱାଇଁଙ୍କୁ ଗତ ୫ ତାରିଖ ଦିନ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ନେଇ ଗଜପତି ଜିଲ୍ଲା ସାମ୍ବାଦିକ ମାନଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାନେଇ ଜିଲ୍ଲାସ୍ତରରୁ ଆରମ୍ଭ କରି ବ୍ଲକ ପ୍ରର୍ଯ୍ୟନ୍ତ ସମସ୍ତ ସାମ୍ବାଦିକ ଏହି ଘଟଣାର ଦୃଢ ନିନ୍ଦା କରିବା ସହ ସାଂସଦଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠା ପାଇଁ ଦାବି କରିଛନ୍ତି । ଗଜପତି ଜିଲ୍ଲାସ୍ତରୀୟ କାର୍ଯ୍ୟରତ ସାମ୍ବାଦିକମାନେ ଆଜି ଏଥିନେଇ ଏକତ୍ରିତ ଭାବେ ଗଜପତି ଜଲ୍ଲାପାଳ ଅନୁପମ ସାହାଙ୍କୁ ସାକ୍ଷାତ କରି ସାଂସଦ ଅନୁଭବ ମାହାନ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବା ପାଇଁ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦ୍ୟେଶରେ ଦେଇଛନ୍ତି । ସାମ୍ବାଦିକ କେ.ସି.ଏଚ ରତ୍ମ, ତାରିଣୀ ପ୍ରସାଦ ପଣ୍ଡା, ଦେବାଶୀଷ ପାଢୀ, ରୁପେଶ ସାହୁ, ବାପି ପଣ୍ଡା, ବାସୁଦେବ ଦାସ, ରଶ୍ମୀରଂଜନ ମିଶ୍ର, ଆର୍ଶଦ ଦାସ, ହରିହର ପଟ୍ଟନାୟକ, କେ.ରାମସ୍ୱାମୀ, ବସନ୍ତ ପଣ୍ଡା. ଗୋବିନ୍ଧ ଆଚ୍ଚାଯ୍ୟ ପ୍ରମୁଖ କହିଛନ୍ତି, ଘରୋଇ ଟିଭି ଚ୍ୟାନେଲ୍ ପ୍ରତିନିଧିଙ୍କୁ ଏପରି ର୍ଦୁବ୍ୟବହାର କରିବା ଘୋର ଦୁଃଖ ଓ ପରିତାପର ବିଷୟ । ଏଥିନେଇ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ମନ୍ତ୍ରୀମଣ୍ଡଳ ଚୁପ୍ ରହିବା ଏକ ନିନ୍ଦନୀୟ ଘଟଣା । ମୁଖ୍ୟମନ୍ତ୍ରୀ ଅତି ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସାଂସଦଙ୍କ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ । ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ସାମ୍ବାଦିକ ସୁରକ୍ଷା ବିଲ୍ ଅଣାଯାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ