ଗଜପତି ସିମାନ୍ତବର୍ତ୍ତୀ ଆନ୍ଧ୍ରରେ ପଙ୍ଗପାଳ, ଚାଷୀ ମହଲରେ ଆତଙ୍କ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରୁ ୧୪କିମି ଦୂରରେ ଆବସ୍ଥିତ ଆନ୍ଦ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ମେଳିଆପୁଟି ଅଞ୍ଚଳରେ ପଙ୍ଗପାଳ ଗତକାଲି ଭୋର ସକାଳ ସମୟରେ ହଜାର ହଜାର ପଙ୍ଗପାଳ ହଠାତ୍ ଦେଖା ଦେଇଛନ୍ତି । ପଙ୍ଗପାଳମାନେ ମେଳିଆପୁଟି ଗ୍ରାମ ଠାରୁ ଟିକାଲି ଯିବା ମୁଖ୍ୟ ରାସ୍ତାକଡରେ ରହିଥିବା ଆମ୍ବ ଓ କାଜୁ ତୋଟାର ଗଛ ଗୁଡିକରେ ଦେଖା ଦେଇଥିଲେ । ଏଗୁଡିକୁ ଦେଖି ଆନ୍ଧ୍ର ଓ ଗଜପତି ଚାଷୀ ମହଲରେ ଆତଙ୍କ ଖେଳିଯାଇଛି । ଗଜପତି ଜିଲ୍ଲାର ସୀମାନ୍ତରେ ଏହି ଅଞ୍ଚଳ ହୋଇଥିବାରୁ ଏବଂ ସେଠାରେ ହଜାର ହଜାର ସଂଖ୍ୟାର ପଙ୍ଗପାଳ ଜଙ୍ଗଲ ଏବଂ କାଜୁ ଓ ଆମ୍ବ ତୋଟା ନଷ୍ଟ କରୁଥିବା ଆରମ୍ଭ ହୋଇଥିବା ଦେଖିବାକୁ ମିଳିବାରୁ ଚାଷୀମାନଙ୍କ ଠାରେ ଉଦ୍‌ବେଗ ପ୍ରକାଶ ପାଇଛି । କରୋନା ଯୋଗୁଁ ଚାଷୀମାନେ ବହୁ କ୍ଷୟ କ୍ଷତିର ଶିକାର ହୋଇଥିବା ବେଳେ ଏବେ ପଙ୍ଗପାଳ ଭୟ ସେମାନଙ୍କୁ ଆହୁରି ଚିନ୍ତାରେ ପକାଇଛି । ବର୍ତ୍ତମାନ ସୁଦ୍ଧା ମେଳିଆପୁଟି ଅଞ୍ଚଳରେ ଯେଉଁ ଝିଣ୍ଟିକା ପ୍ରଜାତିର ପଙ୍ଗପାଳ ଦେଖାଯାଇଛନ୍ତି ସେଗୁଡିକ ପଙ୍ଗପାଳ କି ନୁହେଁ ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ପଦକ୍ଷେପ ନେବାପାଇଁ ଗଜପତି ଜିଲ୍ଲା ଚାଷୀକୃଷକ ସଂଘର ସଭାପତି ସୁର୍ଯ୍ୟନାରାୟଣ ପଟ୍ଟନାୟକ ଓ କୁନା ସାହୁ,ଏଦଲା ରାମଦାସ,ତାରିଣୀ ନାୟକ,ରାମକୃଷ୍ଣ ପାତ୍ର ପ୍ରମୁଖ ଚାଷୀମାନେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ