ଗଜପତି ସିସିଡି ତରଫରୁ ବିଶ୍ୱ ଫିଜିଓଥୋରାଫି ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ବିଶ୍ୱ ଫିଜିଓଥୋରାଫି ଦିବସକୁ ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡି ଦ୍ୱାରା ପାଳନ କରାଯାଇଛି । ଏହି ଅବସରରେ ଫିଜିଓଥରାଫି ଦ୍ୱାରା ୩୦ଜଣକୁ ଆବଶ୍ୟକ ସଚେତନ କରାଯାଇ କେବଳ ଥୋରାଫି ମାଧ୍ୟମରେ ସେବା ପ୍ରଦାନ କରାଯାଇଛି । ପାରଳାଖେମୁଣ୍ଡି ‘ସମର୍ଥ’ ତାଲିମ କେନ୍ଦ୍ରରେ ଏହି ଦିବସ ପାଳନ ହୋଇଛି । ସମର୍ଥ ତାଲିମ କେନ୍ଦ୍ରର ସଭାପତି ନିରଞ୍ଜନ ବେହେରା ଓ ସମ୍ପାଦକ ସନ୍ତୋଷ କୁମାର ମହାରଣା (ଉଭୟେ ଦୃଷ୍ଟିହୀନ) ଏହାକୁ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ସିସିଡିର ମୁଖ୍ୟ ଏ.ଜଗନ୍ନାଥ ରାଜୁ ଯୋଗ ଦେଇ ଫିଜିଓଥୋରାଫି ଦିବସ ପାଳନର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଫିଜିଓଥୋରାଫିଷ୍ଟ ଅରୁଣକୁମାର ନାୟକ ଓ ସରୋଜିନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାଶୀନଗର, ଗୋଷାଣୀ, ରାୟଗଡା ଆଦି ବ୍ଲକ ସମେତ ପାରଳାଖେମୁଣ୍ଡି ସହର ଅଞ୍ଚଳର ୩୦ଜଣ ମାନସିକ ବିକୃତ ପୁଅଝିଅଙ୍କୁ ଥୋରାଫି ମାଧ୍ୟମରେ ସେବା ଯୋଗାଇ ଦିଆଯାଇଥିଲା । ଏଥି ସହିତ ସେମାନଙ୍କ ପିତାମାତାମାନଙ୍କୁ ଫିଜିଓଥୋରାଫି ନେଇ ଉପରୋକ୍ତ ୨ଜଣ ଆବଶ୍ୟକୀୟ ଉପଦେଶ ଦେବା ସହ ସଚେତନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ସିସିଡି ତରଫରୁ ଏହି ଫିଜିଓଥୋରାଫି କାର୍ଯ୍ୟକ୍ରମ ଗତ ୨ବର୍ଷ ଧରି ଚାଲୁ ରହିଛି । ଗତ ୨ବର୍ଷ ମଧ୍ୟରେ ମାନସିକ ବିକୃତଥିବା ପୁଅ ଓ ଝିଅମାନଙ୍କର ଶରୀରରେ କିଭଳି ଉନ୍ନତି ପରିଲକ୍ଷିତ ହୋଇଛି ସେ ନେଇ ସେମାନଙ୍କ ପିତାମାତାମାନେ ଆଜିର ଏହି ଦିବସରେ ପ୍ରକାଶ କରି ସିସିଡିର ଏହି ସେବାକୁ ସାଧୁବାଦ ଜଣାଇଛନ୍ତି ।


