ଗଜପତି ସିୟୁଟିଏମ୍ ଛାତ୍ରଙ୍କ କୃତ୍ରିତ୍ୱ

“ସ୍ପେସ କିଡ୍‌ଜ ଇଣ୍ଡିଆ” ତରଫରୁ ଯୁବ ବୈଜ୍ଞାନିକ ଭାବେ ପୁରସ୍କୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡିର ଜଣେ ଛାତ୍ର “ସ୍ପେସ କିଡ୍‌ଜ ଇଣ୍ଡିଆ” ତରଫରୁ ଯୁବ ବୈଜ୍ଞାନିକ ଭାବେ ପୁରସ୍କୃତ ହୋଇ କୃତିତ୍ୱ ହାସଲ କରିଛନ୍ତି । ଏହି କୃତିତ୍ୱ ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ସୂଚାନା ଯୋଗ୍ୟ ଯେ, “ସ୍ପେସ କିଡ୍‌ଜ ଇଣ୍ଡିଆ” ତରଫରୁ ଯୁବ ବୈଜ୍ଞାନିକ-୨୦୨୦-୨୧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତା କୋଭିଡ୍ କଟକଣା ଯୋଗୁଁ ଗତ ୧୫.୧୨.୨୦୨୦ରେ ଅନ୍‌ଲାଇନ୍ ମାଧ୍ୟମରେ ହୋଇଥିବା ବେଳେ ପୁରା ଭାରତ ବର୍ଷରୁ ମାତ୍ର ୫୦ ଜଣ ସଫଳତା ହାସଲ କରିଥିଲେ । ଏହି ୫୦ ଜଣ ମଧ୍ୟରୁ ଓଡିଶାର ଦୁଇ ଜଣ ସ୍ଥାନ ପାଇଥିଲେ । ଏଥି ମଧ୍ୟରୁ ଗଜପତି ଜିଲ୍ଲାର ସେଞ୍ଚୁରିୟନ ପବ୍ଲିକ ସ୍କୁଲରେ ଏକାଦଶ ପଢୁଥିବା ଛାତ୍ର ଲଗ୍ନଜିତ ମହାନ୍ତି ଲାଇଟ୍ ଦ୍ୱାରା ଇଣ୍ଟରନେଟ ଚାଲିବା ପ୍ରକଳ୍ପ (ଲାଇ-ଫାଇ)କୁ ଉପସ୍ଥାପନ କରି ସଫଳତା ହାସଲ କରିଥିଲେ । ଏହି କୃତୀତ୍ୱ ନିମନ୍ତେ ଚଳିତ ମାସ ଏପ୍ରିଲ ୨୫ରେ ଚେନ୍ନାଇରେ ସର୍ବଭାରତୀୟ ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମର ଏକ ବର୍ଣ୍ଣଢ୍ୟ ଉତ୍ସବରେ ଦିଆଯିବାର ଥିଲା କିନ୍ତୁ କରୋନା କଟକଣା ଯୋଗୁଁ ଏହି କାର୍ଯ୍ୟକ୍ରମ ବାତିଲ ହୋଇଯାଇଥିବାରୁ ତାଙ୍କୁ ଏହି ପୁରସ୍କାର ପୋଷ୍ଟାଲ ମାଧ୍ୟମରେ ପଠାଇ ଦିଆଯାଇଛି । ଏହି ପୁରସ୍କାର ଲଗ୍ନଜିତ ପାଇବାପରେ ଏକ ସ୍ୱତନ୍ତ୍ର ସାକ୍ଷାତ କାରରେ ଏହି ସୂଚନା ଦେଇଛନ୍ତି । ଏହି କୃତିତ୍ୱ ଯୋଗୁଁ ବିଭିନ୍ନ ମହଲରେ ଲଗ୍ନଜିତଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ