ଗଜପତି ସୀମାନ୍ତରେ ୨୭ ହାର୍ଡକୋର ମାଓବାଦୀଙ୍କ ପୋଷ୍ଟରସଠିକ୍ ସୂଚନା ପାଇଁ ୨୫ ଲକ୍ଷ ପୁରସ୍କାର ଦେବେ ଆନ୍ଧ୍ର ପୋଲିସ
ପାରଳାଖେମୁଣ୍ଡି (ତାରଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ଠାରୁ ମାତ୍ର ୨କିମି ଦୂରରେ ଆନ୍ଧ୍ର ପୋଲିସ ୨୭ଜଣ ଦୁର୍ଦ୍ଦାନ୍ତ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀଙ୍କ ଫୋଟଥିବା ପୋଷ୍ଟର ଲଗାଇଛି । ଏମାନଙ୍କ ସଠିକ୍ ସୂଚନା ଦେବା ବ୍ୟକ୍ତିଙ୍କୁ ୨୫ଲକ୍ଷ ପୁରସ୍କାର ଦିଆଯିବ ବୋଲି ମଧ୍ୟ ଆନ୍ଧ୍ର ପୋଲିସ ଘୋଷଣା କରିଛି । ଦୀର୍ଘଦିନ ଧରି ଶାନ୍ତ ଥିବା ଓଡିଶା-ଆନ୍ଧ୍ର ସୀମାନ୍ତରେ ପୁଣି ଏଭଳି ପୋଷ୍ଟର ଜାରି କରାଯାଇଥିବା ଦେଖି ମାଓବାଦୀ ମାନେ ପୁଣି ସକ୍ରିୟ ହୋଇ ଉଠିଥିବା ସୂଚନା ଜନମାନସକୁ ଆତଙ୍କିତ କରି ଦେଇଛି । ଘଟଣାରୁ ପ୍ରକାଶ ଯେ ପାରଳାଖେମୁଣ୍ଡି ସହର ଠାରୁ ୨କିମି ଦୁର ଆନ୍ଧ୍ରର ପାତ ପାଟନମ୍ ଗ୍ରାମ,ଏଠାରେ ଆନ୍ଦ୍ର ଶ୍ରୀକାକୁଲମ ଜିଲ୍ଲା ପୋଲିସଙ୍କ ଦ୍ୱାରା ୨୭ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଫୋଟ ସହ ପୋଷ୍ଟର ବ୍ୟପକ ଭାବେ ଲଗାଯାଇଛି । ତେଲୁଗୁ ଭାଷାରେ ମୁଦ୍ରିତ ପୋଷ୍ଟର କେବଳ ଏହି ଗୋଟିଏ ଆନ୍ଧ୍ର ଗ୍ରାମ ନୁହେଁ,ଶ୍ରୀକାକୁଲମ୍ ଜିଲ୍ଲାର ଖରସୱାଡା,ସାରୁକୋଟା,ହିରମଣ୍ଡଳମ୍,ଲକ୍ଷ୍ମୀନରସିଂହ ପେଣ୍ଠ,କତ୍ତୁରୁ,ନିବଗାଁ,ଆମଦଲୱାଲାସା,ଟେକାଲି,ସୋମପେଣ୍ଠ,ଇଚ୍ଛାପୁର,ଶ୍ରୀକକୁଲମ୍ ସହର ସମେତ ଆନେକ ଅଞ୍ଚଳରେ ଆନ୍ଧ୍ରର ଶ୍ରୀକାକୁଳମ ପୋଲିସ ପୋଷ୍ଟର ଜାରି କରିଛି । ଏହି ଦୁର୍ଦ୍ଦାନ୍ତ ୨୭ମାଓବାଦୀଙ୍କୁ ଧରାଇବାରେ ଯେ କୌଣସି ବ୍ୟକ୍ତି ସୂଚନା ଦେଲେ ତାଙ୍କ ନାମକୁ ସଂପୂର୍ଣ୍ଣ ଗୋପନ ରଖାଯିବ ବୋଲି ଆନ୍ଧ୍ର ପୋଲିସ ସ୍ପଷ୍ଟ କରିଥିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ୪ଲକ୍ଷରୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ପୁରସ୍କାର ପ୍ରଦାନ କରାଯିବା ମଧ୍ୟ ଆନ୍ଧ୍ର ପୋଲିସ ଘୋଷଣା କରିଛନ୍ତି । ଏମାନଙ୍କ ସୂଚନା ପାଇଁ ଆନ୍ଧ୍ର ଶ୍ରୀକାକୁଲମ ପୋଲିସ ପୋଷ୍ଟରରେ ୩ଗୋଟି ଟୋଲ ଫ୍ରି ନମ୍ବର ଯଥା ୬୩୦୯୯୯୦୮୦୦,୬୩୦୯୯୯୦୮୦.୬୩୦୯୯୯୦୮୩୧ ଜାରି କରିଛନ୍ତି । ଏହି ୨୭ଜଣ ହାର୍ଡକୋର ମୋଷ୍ଟ ୱାଣ୍ଟେଡ ମାଓବାଦୀ ମାନଙ୍କ ନାମହେଲା,ମାଓ ସଙ୍ଗଠନର କେନ୍ଦ୍ରୀୟ କମିଟି ସଭ୍ୟ ଲକ୍ଷ୍ମ୍ମଣ ରାଓ ଓରଫ ଗଣପତି,ଏସ କେଶବ ରାଓ ଓରଫ ବାସବା ରାଜ,ରାଜ ହରି ଗୋପାଳ ଓରଫ ରାମ କ୍ରିଷ୍ଣା,ରାଜାରେଡି ଓରଫ ମୁରଳି,ଗାଜର୍ଲା ରବି ଓରଫ ଗଣେଶ,ରାମଚନ୍ଦ୍ର ରେଡ୍ଡି ଓରଫ ଚାଲପତି,କିଶୋର ଓରଫ ଅନିଲ,ଗଙ୍ଗାମାଡି ଓରଫ କିଶୋର,ଚିନ୍ନାରାଓ ଓରଫ ସୁଧିର,ରାମକୃଷ୍ଣ ଓରଫ ଅଶୋକଙ୍କ ସମେତ ୨୪ ଜଣ ମାଓ ନେତାଙ୍କ ନାମ ଓ ଫୋଟ ପୋଷ୍ଟର ଲାଗିଛି ।