ଗଜପତି ହାଇ କୋର୍ଟଙ୍କ ନିର୍ଦ୍ଦେଶ ପରେ ସୀମା ସିଲ୍ ସହ ପୋଲିସ ବ୍ୟବସ୍ଥା କଠୋର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଲକଡାଉନ୍ ଆଜି ୭ମ ଦିନରେ ପହଞ୍ଚିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସୀମା ଯଥା ଜିଲ୍ଲା ଓ ଅନ୍ତରାଜ୍ୟ ସୀମାକୁ ଗତକାଲି ଠାରୁ ପୋଲିସ ସିଲ୍ କଲେ । ସମଗ୍ର ଜିଲ୍ଲାରେ ବର୍ତ୍ତମାନ ପୋଲିସ ବ୍ୟବସ୍ଥାକୁ କଠୋର କରାଯାଇଛି । ୨୪ଘଣ୍ଟିଆ ପୋଲିସ ପଇଁତରା ସହ ଲୋକଙ୍କୁ ସାମାଜିକ ଦୁରତା ବଜାଇ ରଖିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିନା କାରଣରେ ଲୋକେ ବାହାରକୁ ଆସିବାକୁ କଡାକଡି ଭାବେ ପୋଲିସ ବାରଣ କରୁଛନ୍ତି । ଗଜପତି ଜିଲ୍ଲାକୁ ବିଦେଶରୁ ୫୪ଜଣ ଏବଂ ବାହାର ରାଜ୍ୟରୁ ୪୦୭୯ ଜଣ ଗତକାଲି ସୋମବାର ରାତ୍ର ସୁଦ୍ଧା ଫେରି ଆସିଛନ୍ତି ।ଏହି ସମସ୍ତଙ୍କୁ ସଂଙ୍ଘରୋଧ ଘରେ(ହୋମ୍‌କରେଣ୍ଟାଇନ୍‌)ରେ ରଖାଯାଇଛି । ଗଜପତି ଜିଲ୍ଲା ପ୍ରଶାସନ,ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏ ସମସ୍ତଙ୍କର ସମସ୍ତ ଗତିବିଧି ଉପରେ କଡା ନଜର ରଖାଯାଇଛି । ଖବର ଲେଖିବା ସମୟ ସୁଦ୍ଧା ଗଜପତି ଜିଲ୍ଲାରେ ଜଣେ ହେଲେ କରୋନା ଚିହ୍ନଟ ରୋଗୀ ନ ଥିବା ସୁଚନା ମିଳିଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ଏସପି ସାରା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ନିର୍ଦ୍ଧେଶ କ୍ରମେ ସାରା ଜିଲ୍ଲାରେ ଲକଡାଉନ୍‌କୁ କଡା କଡି ଭାବେ ପାଳନ କରାଯାଇଛି । ସାମାଜିକ ଦୁରତା ରକ୍ଷା କରିବା ପାଇଁ ସମସ୍ତ ଅଞ୍ଚଳରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ପାରଳା ଥାନା ଆଇଆଇସି ବିବେକା ନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ମୁଖ୍ୟରାସ୍ତା ଠାରୁ ଆରମ୍ଭ କରି ପ୍ରତ୍ୟେକ ଗଳି କନ୍ଦିରେ ପଇଁତରାକୁ ବେଶ କଡାକଡି କରିଛନ୍ତି । ସେହିପରି ମୋଟ ୭ଗୋଟି ବ୍ଲକ ଯଥା, ମୋହନା, ଆର.ଉଦୟଗିରି, ନୁଆଗଡ, ଗୋଷାଣୀ, ଗୁମ୍ମା, ରାୟଗଡ, କାଶୀନଗର ଆଦି ଅଞ୍ଚଳରେ ପୋଲିସ ପଇଁତରା ବ୍ୟବସ୍ଥାକୁ ମଧ୍ୟ ଦ୍ୱିଗୁଣିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ