ଗଜପତି ୪୪ କେନ୍ଦ୍ରରେ ୭ହଜାର ୧ଶହ ୨୪ ଛାତ୍ରୀଛାତ୍ର ଦେଲେ ମ୍ୟାଟ୍ରିକ ପରୀକ୍ଷା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାର ୪୪ କେନ୍ଦ୍ରରେ ମୋଟ ୭ହଜାର ୧ଶହ ୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାର ଜଣାପଡିଛି । ଜିଲ୍ଲାରେ ମୋଟ ୭ହଜାର ୮ଶହ ୪୬ଛାତ୍ରଛାତ୍ରୀ ପରୀକ୍ଷାପାଇଁ ନାମ ଲେଖାଇଥିବା ବେଳେ ଏଥି ମଧ୍ୟରୁ ୭ଶହ ୨୨ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ପରୀକ୍ଷା ସୁପରିଚାଳନା ନିମନ୍ତେ ୪ଗୋଟି ଯଥା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ରାୟଗଡସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଆର୍.ଉଦୟଗିରି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ମୋହନାର ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳକୁ ନୋଡାଲ କେନ୍ଦ୍ର ଚୟନ କରାଯାଇଛି । ସେହିପରି ୧୦ଗୋଟି ପଠାଇବା କେନ୍ଦ୍ର କରାଯାଇଛି । ଏତଦବ୍ୟତୀତ ଏସ୍ଓଏସ୍ସି ମ୍ୟାଟ୍ରିକ ପରୀକ୍ଷା ହେଉଛି । ଏଥିରେ ଜିଲ୍ଲାର ୩ଗୋଟି ପରୀକ୍ଷା କେନ୍ଦ୍ରରେ ୩୩୦ଜଣ ପରୀକ୍ଷା ଦେଉଥିବା ବେଳେ ୫୨ଜଣ ଅନୁପସ୍ଥିତ ରହିଥିବାର ସୂଚନା ମିଳିଛି । ଏଥିଲାଗି ୩୮୨ଜଣ ନାମ ଲେଖାଇଥିବାର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।