ଗଜବାହାଲ ମହୋତ୍ସବ ଉଦଘାଟିତ

କର୍ଲାମୁଣ୍ଡା, (ଯୁଗାବ୍ଦ ନ୍ୟୁଜ):ଗଜବାହାଲ ସ୍ଥିତ ଗୋବର୍ଦ୍ଧନ ପୀଠରେ ଷଷ୍ଠ ଗଜବାହାଲ ମହୋତ୍ସବ ସୋମବାର ଉଦ୍‌ଘାଟିତ ହୋଇଛି । ଉଦଘାଟନୀ ଉତ୍ସବରେ ବ୍ଲକ୍ ଅଧ୍ୟକ୍ଷା ତଥା ମହୋତ୍ସବ କମିଟିର ସଭାପତି କୁନି ସାହୁ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ରବିବାର ଏକ କଳସଯାତ୍ରା ହୋଇଥିଲା । ଏହି ଅବସରରେ ଶ୍ରୀ ରାମଚରିତ ମାନସ ପାରାୟଣ ମଧ୍ୟ ଆରମ୍ଭ ହୋଇଛି । ବଲାଙ୍ଗିର ଜିଲ୍ଲା ତୁଷୁରା ନିକଟସ୍ଥ ଚାଣ୍ଟିପଦର ଗାଁର ସୀତା ଯୋଷୀ ବ୍ୟାସ ଭାବେ ଯୋଗଦେଇଥିବା ବେଳେ ରାଜେଶ ସାହୁ ଓ ମିଲି ସାହୁ କର୍ଷା ଦାୟିତ୍ଵରେ ଅଛନ୍ତି । ପ୍ରଥମ ସନ୍ଧ୍ୟାରେ ଟିଟିଲାଗଡ ଆଇଏସ୍‌ଆଇ ଡ୍ୟାନ୍ସ ଗ୍ରୁପର ନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିଲା । ମହୋତ୍ସବ କମିଟି ସଂପାଦକ ସୁବାସ ଚନ୍ଦ୍ର ପାଢ଼ୀ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର ଭୋଇ , ଜନ ପଧାନ , ନୃପମଣି ଗହୀର , ବିଦ୍ୟାଧର ବାଗ , ସନ୍ତୋଷ ଦାସ , ଫକୀର ମାଝୀ , ତରୁଣ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୌଭାଗ୍ୟ ସାହୁ କାର୍ଯ୍ୟକକ୍ରମ ସଂଚାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ