ଗଜରାଜଙ୍କ ଆତଙ୍କରେ ବୃଦ୍ଧଙ୍କ ମୁତ୍ୟୁ ଆତଙ୍କିତ ସହର ବାସି

ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ସହରରେ ବୁଧବାର ଭୋର ସମୟରେ ହାତୀପଲ ସହରରେ ପଶି ଆତଙ୍କ ଚଳାଇବା ସହ ଜଣେ ବୃଦ୍ଧଙ୍କ ମୁତ୍ୟୁ ଘଟିଛି। ବୁଧବାର ଭୋର୍ ୩ ଟା ସମୟରେ ୧୧ ଟି ହାତୀ ଯୋଡା ସହରର ବନେଇକଳା ଠାରେ ପଶି ପ୍ରଥମେ ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଫ୍ଲାଟ୍ ଘରର ପାଚେରୀକୁ ଭାଙ୍ଗିଥିଲେ । ସେଠାରୁ ଯୋଡା ସେଣ୍ଟ୍ରାଲ ହସ୍ପିଟାଲ ଭିତରେ ପଶି ହାତୀପଲ ବାଟ ନ ପାଇ ନିକଟସ୍ତ ଏମଏମଟିସି କଲୋନୀରେ ପଶି ଯାଇଥିଲେ । ସେଠାରୁ ହାତୀପଲ ଜଙ୍ଗଲ ଆଭିମୁଖି ହେବା ବେଳେ ଆକ୍ରମଣ କରି ବାଚୁହାଟିଂର ଜଣେ ବୃଦ୍ଧ ମାର୍କଣ୍ଡ ନାଏକଙ୍କୁ ଦଳୀ ପକାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହାତୀପଲ ଙ୍କୁ ଘଉଡାଇବା ପାଇଁ ବନବିଭାଗ ନାକେଦମ ହେବାକୁ ପଡିଥିଲା। ଯୋଡା ଓ ବିଲେଇପଦା ଫରେଷ୍ଟର ହାତୀ ସ୍କ୍ବାର୍ଡ ସହିତ ହାତୀପଲଙ୍କୁ ଘଉଡାଇ ଦେଇଥିଲେ ହେଁ ଖଣିରେ ଜଳୁଥିବା ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ଆଲୋକ ପାଇଁ ହାତୀପଲ ବାଟବଣା ହୋଇ ଟାଟା କମ୍ପାନୀର ମନମରା ଖଣି ଭିତରେ ପଶି ଯାଇଥିଲେ। ଏସମ୍ପର୍କରେ ଯୋଡା ବନପାଳ ଅନିରୁଦ୍ଧ ପଣ୍ଡା ସୂଚନାଦେଇ କହିଛନ୍ତି ଯେ ବାଲିବନ୍ଧ ବନାଞ୍ଚଳରୁ ସୁନାନଦୀ ଅତିକ୍ରମ କରି ୭ ମାଈ,୩ ଛୁଆ ଓ ଗୋଟିଏ ଦନ୍ତା ମୋଟ ୧୧ଟି ହାତୀପଲ ସହର ଭିତରେ ପଶି ଦୁଇଭାଗରେ ବିଭକ୍ତ ହୋଇ ଆତଙ୍କ ଚଳାଇଥିଲେ। ବନବିଭାଗ ଦୁଇଟି ସ୍କ୍ୱାର୍ଡ ଗଢି ହାତୀପଲଙ୍କୁ ଘଉଡାଇବା ବେଳେ ବାଚୁହାଟିଂର ଜଣେ ବୃଦ୍ଧଙ୍କୁ ହାତୀପଲ ଦଳିଦେଇଥିବା ଖବର ପାଇଥିଲେ। ପୋଲିସ ମୃତ ମାର୍କଣ୍ଡ ନାଏକର ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ବନପାଳ ଶ୍ରୀ ପଣ୍ଡା କହିଛନ୍ତି । ହାତୀପଲ ଏବେ ପୁନଃ ସହରାଭିମୁଖୀ ହେବାର ସମ୍ଭାବନା ଥିବାରୁ ସହରବାସୀ ଆତଙ୍କିତ ହୋଇ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ