ଗଜରାଜପୁର ପଂଚାୟତରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କଲେ ବିଧାୟକ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଗଜରାଜପୁର ପଂଚାୟତର ବିଭିନ୍ନ ପ୍ରକଳ୍ପ ଗୁଡିକୁ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲିଙ୍କ ଦ୍ୱାରା ମଙ୍ଗଳବାର ଉଦଘାଟନ କରାଯାଇଛି । ଉକ୍ତ ପଂଚାୟତର ଭାତପଡାସ୍ଥିତ ଆମ ଅଙ୍ଗନୱାଡି କେନ୍ଦ୍ର ଓ ଗୋଷ୍ଠୀ କେନ୍ଦ୍ର, ଦେବୀଦୋଳସ୍ଥିତ ମାର୍କେଟ କମ୍ପେ୍ଲକ୍ସ ଓ ଗୋଷ୍ଠୀ କେନ୍ଦ୍ର ଆଦି ରହିଛି । ତାଙ୍କ ସହିତ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲଙ୍ଗରାଜ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ସରପଂଚ ରଶ୍ମୀତା ମହାନ୍ତି, ସମିତି ସଭ୍ୟ ବିପିନ ବିହାରୀ ଦାସ ପ୍ରମୁଖ ସାମିଲ ଥିଲେ । ପରେ ନାଉଗାଁ ବ୍ଲକ ବିଜେଡି ସଭାପତି ସୁଜିତ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ମୁଦୁଲି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ସ୍ୱାଇଁ,ଜିଲ୍ଲା କୃଷକ ମୋଚ୍ଚା ସଭାପତି ପ୍ରକାଶ ବସ୍ତିଆ, ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦାସ, ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ବସନ୍ତ ପାଢୀ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବେହେରା, ସରପଂଚ ଶ୍ରୀମତୀ ମହାନ୍ତି, ସମିତି ସଭ୍ୟ ଶ୍ରୀ ଦାସ ପ୍ରମୁଖ ଯୋଗ ଦେଇ ପଂଚାୟତରେ କିଭଳି ଭାବେ ଉନ୍ନତିମୂଳକ କାର୍ଯ୍ୟ କରାଯାଇ ପାରିବ ଏହା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଂଚାୟତର ଯୁବନେତା ତୁଷାରକାନ୍ତ ମହାନ୍ତି ପରିଚାଳନା କରିଥିଲେ ।


