ଗଜଲକ୍ଷ୍ମୀ ପୂଜା ଅବସରରେ ସମାଜସେବୀଙ୍କ ମିଷ୍ଟାନ୍ନ ବଣ୍ଟନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଅବସରରେ ସମାଜସେବୀ ତଥା ଚଳଚିତ୍ର ପ୍ରଯୋଜକ ମାନସ କୁମାର ସାହୁ(ମାନ) କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି । ଏଥିସହିତ କୋଭିଡ କଟକଣା ଅନୁପାଳନ ପୂର୍ବକ କେନ୍ଦ୍ରାପଡାରେ ପାଳନ ହେଉଥିବା ଗଜଲକ୍ଷ୍ମୀ ପୂଜାରେ ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ସହ ହାତରେ ସାନିଟାଇଜର ଲଗାଇବାକୁ ନିବେଦନ କରିଛନ୍ତି ସମାଜସେବୀ ଶ୍ରୀ ସାହୁ ।


