ଗଜଲକ୍ଷ୍ମୀ ପୂଜା ଅବସର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ଲକ୍ଷ୍ମୀବଜାର ଠାରେ ୩୦ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି। ଏହି ଅବସର ରେ ଶୁକ୍ରବାର ସଂଧ୍ୟାରେ ଲକ୍ଷ୍ମୀ ବଜାର ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡ଼ି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉଦଘାଟନ ଉତ୍ସବ ରେ ମନ୍ତ୍ରୀ ଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ପୂର୍ବତନ କଲେଜ ଅଧ୍ୟକ୍ଷ ଗୋପୀନାଥ କର, ଅନିରୁଦ୍ଧ ତ୍ରୀପାଠୀ, ତ୍ରିଲୋଚନ କର, ଦୂର୍ଗା ପ୍ରସାଦ ତ୍ରୀପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପ୍ରତେହ ପଣ୍ଡିତ ସୁପ୍ରଭାନୁ ମିଶ୍ର ଓ ଅନ୍ତର୍ଯ୍ୟାମୀ କର ଙ୍କ ଦ୍ୱାରା ମା ଙ୍କ ପୂଜା ନୀତି ଅନୁଷ୍ଠିତ ହେଉଛି । କର୍ତ୍ତା ଭାବେ ବ୍ୟବସାୟୀ ଗଜାନନ ତ୍ରିପାଠୀ କାର୍ଯ୍ୟ କରୁଥିବାବେଳେ ବ୍ୟବସାୟୀ ସଙ୍ଘ ସଭାପତି ରଜନୀ କାନ୍ତ ତ୍ରିପାଠୀ , ସଂପାଦକ ପ୍ରଫୁଲ୍ଲ କୁମାର କର, ହୃଦାନନ୍ଦ କର, ବାବୁନି ସାହୁ, ଭବାନୀ ଶଙ୍କର ଦାଶ ପ୍ରମୁଖ ଙ୍କ ତତ୍ୱାବଧାନ ରେ ମା ଙ୍କ ଦୈନିକ ପୂଜା ନୀତି ଓ ଅନ୍ନ ପ୍ରସାଦ ଭୋଗ ଲାଗି ଅନୁଷ୍ଠିତ ହେଉଛି । ପୂଜା ମଣ୍ଡପ କୁ ସୁନ୍ଦର ତୋରଣ ଓ ରଙ୍ଗୀନ ଆଲୋକ ମାଳା ରେ ସୁସଜ୍ଜିତ କରାଯାଇ ଥିବାବେଳେ ମଣ୍ଡପ ମା ଙ୍କ ପଛ ପାଶ୍ୱର୍ରେ ସୁନ୍ଦର ମେଢ଼ ଲଗାଯାଇଛି। ଆସନ୍ତା ୧୫ ତାରିଖ ଦିନ ମା ଙ୍କ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।


