ଗଜଲକ୍ଷ୍ମୀ ପୂଜା ଓ ଭଣ୍ଡାରିପୋଖରୀ ମହୋତ୍ସବ ଉଦଯାପିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଆମ ସଂସ୍କୃତି ଓ ପରମ୍ପରାରେ ଗଜଲକ୍ଷ୍ମୀ ପୂଜାର ସ୍ୱାତନ୍ତ୍ର୍ୟ ରହିଛି।ମହୋତ୍ସବ ମାଧ୍ୟମରେ ଏହା ଆହୁରି ଆନନ୍ଦଦାୟୀ ହୋଇଛି।ସ୍ୱଚ୍ଛତା ସହ ସାମାଜିକ ସଂସ୍କାର ପାଇଁ ଏହା ପ୍ରେରଣାଦାୟୀ ବୋଲି ମାଳଦା ଗଜଲକ୍ଷ୍ମୀ ପୂଜା ଓ ଭଣ୍ଡାରିପୋଖରୀ ମହୋତ୍ସବର ଉଦଯାପନ ସନ୍ଧ୍ୟାରେ ଅତିଥି ମତବ୍ୟକ୍ତ କରିଛନ୍ତି।ଭଣ୍ଡାରିପୋଖରୀ ଅଞ୍ଜଳି ପତ୍ରିକାର ସମ୍ପାଦକ ତଥା ସାମ୍ବାଦିକ ପ୍ରକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧାମନଗର ବିଧାୟକ ସୁର୍ଯ୍ୟବଂଶୀ ସୂରଜ,ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ତଥା ବିଜେପି ନେତା ଡାକ୍ତର ପ୍ରଦୀପ ନାୟକ,ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ବିଜେପିର ବିଧାନସଭା ନେତା ବଦ୍ରିନାରାୟଣ ଧଳ, ଉଦ୍ୟୋଗୀ ତଥା ସମାଜସେବୀ ଶ୍ରୀଧର ସ୍ୱାଇଁ,ଚଳଚିତ୍ରଅଭିନେତ୍ରୀ ଜିନା ସାମଲ ପ୍ରମୁଖ ଯୋଗଦେଇ ଉଦବୋଧନ ଦେବା ସହ ସଂଳାପ ଓ ସଙ୍ଗୀତ ପରିବେଷଣ କରିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ରଞ୍ଜନ ପରିଡ଼ା, ସମବାୟ ସମିତି ସଭାପତି ସାଗର ଲେଙ୍କା, ଯୁବନେତା ସତ୍ୟଜିତ ପାଣିଗ୍ରାହୀ ,ରାଜ୍ୟମହୋତ୍ସବ କମିଟି ସଭାପତି ସାମ୍ବାଦିକ ରବିନାରାୟଣ ଖିଲାର, ବଣିକ ସଂଘ ସଭାପତି କମଳାକାନ୍ତ ସାମଲ ପ୍ରମୁଖ ଯୋଗଦେଇ ଥିଲେ।ଏହି ଅବସରରେ ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କାଙ୍କ ସଂଯୋଜନାରେ ଛଅ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ପ୍ରକାଶ ନାୟକ ଅତିଥି ପରିଚୟ ଓ ବଣିକ ସଂଘ ସମ୍ପାଦକ ସାମ୍ବାଦିକ ରାଜେନ୍ଦ୍ର କୁମାର ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ।ମାଳଦାସ୍ଥିତ ଶିଶୁମନ୍ଦିର ଛାତ୍ରଛାତ୍ରୀ ଓ ବିରୋଳି ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକମାନେ ବିମୋହିତ ହୋଇଥିଲେ।ଅଜୟ ରାଉତ, ମନୋରଞ୍ଜନ ମହାନ୍ତି, କାହ୍ନୁ ବାରିକ, ମୁନିଵର ଧଳ ,ଚନ୍ଦ୍ରଶେଖର ମହାନ୍ତି , ରମାକାନ୍ତ ବେହେରା,ଗଣେଶ ସାମଲ,ନିଶିକାନ୍ତ ସୂତାର ,ଚନ୍ଦ୍ରଶେଖର ଦତ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ