ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଯୁବ ପ୍ରତିଭା କ୍ଲବ ତରଫରୁ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ କ୍ଲବର ଉପଦେଷ୍ଟା ସମରେଶ ବେଉରାଙ୍କ ପୌରହିତ୍ୟରେ ନିଜସ୍ୱ ଅଫିସ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ସୁଜିତ୍ ଜେନା, ସମ୍ପାଦକ ପି. ରାଜେଶ କୁମାର ରାୟ, କୋଷାଧ୍ୟକ୍ଷ ଭବ ଭାସ୍ୱତ ହୋତା ପ୍ରମୁଖ ଉପସ୍ଥିତ ରହି ଆଗାମୀ ଗଜଲକ୍ଷ୍ମୀ ପୂଜା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆସନ୍ତା ୧୩.୧୦.୨୦୧୯ରିଖ ଠାରୁ ୨୩.୧୦.୨୦୧୯ରିଖ ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହେବ । ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ମୀନା ବଜାର ମଧ୍ୟ ଅନୁଷ୍ଠିତ ହେବ । ଚଳିତ ବର୍ଷ କ୍ଲବ ତରଫରୁ ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯିବ । ସବୁଜ ଓଡ଼ିଶା ଗଠନ ଲକ୍ଷ୍ୟରେ ସଚେତନତାର ବାର୍ତ୍ତା ଓ ଶ୍ରଦ୍ଧାଳୁମାନଙ୍କୁ ଚାରା ବଣ୍ଟନ କରାଯିବ । ଏଥି ସହିତ ଏକ ମେଗା ରକ୍ତଦାନ ଶିବିର ୨୦.୧୦.୨୦୧୯ରିଖ ସକାଳ ୮ ଘଟିକା ସମୟରେ ଅନୁଷ୍ଠିତ ହେବ । ସରକାରଙ୍କ ଟ୍ରାଫିକ୍ ନିୟମ ଉପରେ ମଧ୍ୟ ସଚେତନତା ବାର୍ତ୍ତା ଏବଂ ପ୍ଲାଷ୍ଟିକମୁକ୍ତ ଓଡ଼ିଶା ଗଠନ ନିମନ୍ତେ ଏକ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ଉପ ସଭାପତି ବାପି ରାଜ, ତନଜ କୁମାର ମହାନ୍ତି, କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ । ସମ୍ମିଳନୀକୁ ଅନୁଷ୍ଠାନର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।