ଗଜଲଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ
ମୋହନା,(ଅଂଶୁମାନ ପଣ୍ଡା): ଶୀତ ଋତୁର ଆଗମନ ରେ ଦେବୀ ମାନଙ୍କ ଆଗମନ ହୋଇଥାଏ | ମା ଦୁର୍ଗତି ନାସିନୀ ଦେବତାଙ୍କ ମଙ୍ଗଳ ପାଇଁ ଧରା ପୁଷ୍ଟକୁ ଆସିଥିଲେ, ସେହି ଭଳି ବିଷ୍ଣୁଙ୍କ ପତ୍ନୀ ମହାଲଷ୍ମୀ ଧରା ପୃଷ୍ଟ କୁ ଆସି ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି | ଆଜି ମୋହନା ହାଇସ୍କୁଲ ଛକରେ ଥିବା ଗଣେଶ ବଣିକ ସଙ୍ଘତରଫରୁ ପ୍ରତେକ ବର୍ଷ ଭଳି ପୂଜା କରାଯିବ | କରୋନା କଟକଣା ନିୟମ ଅନୁଯାୟୀ ପୂଜା ପାଳନ କରାଯିବ, ତହସିଲଦାରଙ୍କୁ ଲିଖିତ ଜଣାଇବା ପରେ ନିଅମ ଅନୁଯାଇ କୌଣସି ସାଜ ସଜା ହେବନି କି ଗୀତ ମଧ୍ୟ ବାଜିବ ନାହିଁ | ଏହି ନିଅମ ଅନୁସାରେ ଆଜି ସଙ୍ଘ ର କର୍ମକର୍ତ୍ତା ମନେ ସାମାଜିକ ଦୂରତା ରଖି ପୁରହିତ ନାରାୟଣ ପଣ୍ଡା ପୂଜା ଅର୍ଚନା କରିବା ପରେ କର୍ତ୍ତା ବୃନ୍ଦାବନ ସାମନ୍ତରାୟ, ପ୍ରଫୁଲ ସାହୁ ଏହି ବର୍ଷ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନା କରିଥିଲେ |