‘ଗଜଲ ସଫର’ର ପ୍ରଥମ ଆଭାସି ଆସର

ବାଲେଶ୍ୱର, (ସରୋଜ ପଣ୍ଡା): ଗଜଲ ସାହିତ୍ୟର ସମୃଦ୍ଧି ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ନବଗଠିତ ‘ଗଜଲ୍‌ର ସଫର’ ଅନୁଷ୍ଠାନର ପ୍ରଥମ ଆଭାସି ଆସର ସଭାପତି ଡକ୍ଟର ମହମ୍ମଦ ଆୟୁବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ଓ ପ୍ରଶାସକ ଦେବଦାସ ଛୋଟରାୟ, ବିଶିଷ୍ଟ କବି ଓ ଅନୁବାଦକ ଅମରେଶ ପଟ୍ଟନାୟକ ଏବଂ ବିଶିଷ୍ଟ କଥାଶିଳ୍ପୀ ଓ ପ୍ରଶାସକ ବିଜୟ ନାୟକ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ କଳା ଓ ସାହିତ୍ୟ ଉପରେ କରୋନାର ପ୍ରଭାବ ସତ୍ତ୍ୱେ ଆଭାସି ଦୁନିଆ ବିକଳ୍ପ ଭାବେ ନୂଆ ଆଶାର କରିଣ ହୋଇପାରିଛି ବୋଲି କହିଥିଲେ । ତେବେ ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରୁ ଗଜଲ ଅନ୍ୟତମ ଓ ଅନନ୍ୟ ସ୍ଥାନ ଅଧିକାର କରିପାରିଛି । ଏକ୍ଷେତ୍ରରେ ଓଡ଼ିଆ ସାହିତ୍ୟରେ ଅଧିକରୁ ଅଧିକ ଗଜଲ ରଚନା ସାଙ୍ଗକୁ ଏ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ବରିଷ୍ଠ ଗୀତିକବି ମହମ୍ମଦ ଇନାୟତ ଅଲୀ ଖାଁ ‘ଗଜଲର ଉପାଦାନ’ ଏବଂପ୍ରାଧ୍ୟାପକ ଅଜୟ କୁମାର ମହାନ୍ତି ‘ଓଡ଼ିଆ ସାହିତ୍ୟରେ ଗୀତି କବିତା ଓ ଗଜଲ’ ଉପରେ ଆଲୋଚନା କରିଥିଲେ । ସଂଗୀତ ନିର୍ଦ୍ଦେଶକ ଦୁର୍ଗା ମାଧବ ପଣ୍ଡା ଏଥିରେ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଆୟୋଜିତ ଆୟୋଜିତ ଆସରରେ ସୈୟଦ ନୁର ଇଲାହୀ ନାତିକ ଓ କୃଷ୍ଣ କୁମାର ପ୍ରଜାପତି ଉର୍ଦ୍ଦୁ ଗଜଲ, ମୁବାରକ ହୁସେନ ସଲାମତ ଦ୍ୱିଭାଷୀ ଗଜଲ୍ ଏବଂ ସର୍ବୋଶ୍ରୀ ଅଜୟ କୁମାର ମହାନ୍ତି, କୁଦରତ ଅଲୀ କୁଦରତ, ନିଖିଳେଶ ମିଶ୍ର, ବ୍ୟଙ୍ଗକବି ପଦ୍ମଲୋଚନ ପ୍ରଧାନ, ପ୍ରଣୟ ସୁଧା, ଶ୍ୟାମାନୁଜ ଦାସ, ଯଶୋଧାରା ଦାସ, ବସନ୍ତ କୁମାର ଦାସ, ତାରା ପ୍ରସାଦ ଜେନାଙ୍କ ସମେତ ବହୁ କବି ଓ କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ । କବି ବ୍ରହ୍ମାନନ୍ଦ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରି ଥିଲା ବେଳେ, ଜ୍ୟୋତି ଶଙ୍କର ‘ହୟାତ’ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ