ଗଜାନନଙ୍କ ପୂଜାତ୍ସୋବ ପାଳିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଭାଦ୍ରବ ମାସ କୃର୍ଷ୍ଣ ପକ୍ଷ ଚତୁର୍ଥୀ ଦିବସ ଅବସରରେ ହିଞ୍ଜିଳିକାଟୁ ପୌରାଂଚଳରେ କୋଭିଡ଼ କଟକଣା ସହକାରେ ଗଜାନନଙ୍କ ପୂଜାତ୍ସୋବ ପାଳନ କରାଯାଇଥିବା ବେଳେ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ମହାଆଡ଼ମ୍ବର ସହକାରେ ବିଘ୍ନନାଶକ ଗଜାନନଙ୍କ ପୂଜାତ୍ସୋବ ପାଳିତ ହୋଇଯାଇଅଛି । ସ୍ଥାନୀୟ ପୌରାଂଚଳ ବାରାହୀ ପାହାଡ଼ ପାଦଦେଶ ସ୍ଥିତି ପ୍ରେସକ୍ଳବ ପକ୍ଷରୁ ପ୍ରେସକ୍ଳବ ଭବନ ପରିସରରେ କୋଭିଡ଼ କଟକଣା ମଧ୍ୟରେ ପକ୍ଷରୁ ବିଘ୍ନନାଶକ ଗଜାନନଙ୍କ ପୂଜାତ୍ସୋବ ପାଳିତ ହୋଇଯାଇଅଛି । ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଗ୍ରାମାଂଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷାର୍ଥୀଙ୍କ ଅନୁପସ୍ଥିତିରେ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଗଣେଷ ପୂଜା ପାଳନ କରିଥିଲେ । ଘୋଡ଼ାହାଡ଼ ପାହାଡ଼ ଏବଂ ସୋମପୁର ଘୋଡ଼େଇଶୁଣୀ ପୀଠରେ ଥିବା ଗଣେଷ ମନ୍ଦିରରେ ପ୍ରାତଃହରୁ ଦିନତମାମା ଭକ୍ତ ମାନଙ୍କ ଭିଡ଼ ଲାଗି ରହିଥିଲା । ହିଞ୍ଜିଳିକାଟୁ ପୌରାଂଚଳରେ କାଁ ଭାଁ ଅସ୍ଥାୟୀ ପୂଜାମଣ୍ଡପରେ ଗଜାନନ ପୂଜାତ୍ସୋବ ପାଳନ କରାଯାଉଥିବା ବେଳେ ନିକଟବର୍ତ୍ତୀ ଗ୍ରାମାଂଚଳ ଗୁଡ଼ିକରେ ମହାଆଡ଼ମ୍ବର ସହକାରେ ପୂଜାତ୍ସୋବ ପାଳନ କରାଯାଉଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ