ଗଜାନନ ତ୍ରିପାଠୀଙ୍କୁ ଓଡ଼ଶା ଆରକ୍ଷଣ ମଞ୍ଚର ପ୍ରଭାରୀ ନିଯୁକ୍ତି କଲା ଅନ୍ତରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା
ଦିଗପହଣ୍ଡି ,( ଯୁଗାବ୍ଦ ନ୍ୟୁଜ୍): ଓଡ଼ଶା ବ୍ରାହ୍ଣଣ ମହାସଭାର ରାଜ୍ୟ ଉପସଭାପତି ଏବଂ ସର୍ବ ଭାରତସ୍ତରୀୟ ବ୍ରାହ୍ଣଣ ମହାମଞ୍ଚର ଉତ୍ତରପୂର୍ବାଞ୍ଚଳ ସଂପାଦକ ଦାୟୀତ୍ବରେ ଥିବା ଗଂଜାମ ଜିଲ୍ଲା ଦିଗପହଣ୍ଡିର ବରିଷ୍ଠ ସାମ୍ବାଦିକ ଏବଂ ଆଇନଜୀବୀ ଗଜାନନ ତ୍ରିପାଠୀଙ୍କୁ ଅର୍ନ୍ତରାଷ୍ଟ୍ରୟ ବ୍ରାହ୍ଣଣ ମହାସଂସ୍ଥା ପକ୍ଷରୁ ଆରକ୍ଷଣ ଉଛେଦ ମଞ୍ଚର ଓଡ଼ିଶା ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ଏହି ନିଯୁକ୍ତି ଅର୍ନ୍ତରାଷ୍ଟ୍ରୟ ବ୍ରାହ୍ଣଣ ମହାସଂସ୍ଥାର ଅଧ୍ୟକ୍ଷ ପଣ୍ଡିତ ବିଶିଷ୍ଠ ଦୁବେଙ୍କ ପକ୍ଷରୁ ଦିଆଯାଉଛି । ଗଜାନନ ତ୍ରିପାଠୀ ପେଷା ଏବଂ ନିଷାରେ ଜଣେ ଓକିଲ ଏବଂ ସାମ୍ବାଦିକ ହେଲେ ମଧ୍ୟ ଭାରତୀୟ ସତ୍ୟ ସନାତନ ହିନ୍ଦୁ ଧର୍ମ ଧର୍ମ ସଂସ୍କୃତିର ସଂରକ୍ଷଣ ପାଇଁ ୪୦ ଦଶନ୍ଧି ଧରି କାର୍ୟ୍ୟ କରିଆସୁଛନ୍ତି । ଶ୍ରୀ ତ୍ରିପାଠୀଙ୍କୁ ଅର୍ନ୍ତରାଷ୍ଟ୍ରୟ ବ୍ରାହ୍ଣଣ ମହାସଂସ୍ଥା ପକ୍ଷରୁ ଏଭଳି ଏକ ଦାୟିତ୍ବ ଦିଆଯାଇଥିବାରୁ ଓଡ଼ିଶା ରାଜ୍ୟ ଆରକ୍ଷଣ ଉଛେଦ ମଞ୍ଚର ସଂପାଦକ ଏବଂ ଗଂଜାମ ଜିଲ୍ଲା ବ୍ରାହ୍ଣଣ ମହାସଭାର ସଂପାଦକ ଲକ୍ଷ୍ମଣ ଚୌଧୁରୀ ଶ୍ରୀ ତ୍ରିପାଠୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଅର୍ନ୍ତରାଷ୍ଟ୍ରୟ ବ୍ରାହ୍ଣଣ ମହାସଂସ୍ଥାର ଅଧ୍ୟକ୍ଷଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି ।


