ଗଞାମ କରୋନା ପାଇଁ କେବିକେ ଜିଲ୍ଲା ରୁ ୧୦୦ ଡାକ୍ତର ସ୍ଥାନାନ୍ତର ନିଷ୍ପତି କୁ କଂଗ୍ରେସ ର ବିରୋଧ

କଳାହାଣ୍ଡି, (ଓ୍ବାଇଏନ୍ଏସ୍):ଗଞାମ କରୋନା ମୁକାବିଲା ପାଇଁ କେବିକେ ଜିଲ୍ଲା ରୁ ୧୦୦ ରୁ ଉର୍ଦ୍ଧ ଡାକ୍ତର ଓ ଲ୍ୟାବ ଟେକନିସିଆନ ଙ୍କ ସ୍ଥାନାନ୍ତର କୁ କଂଗ୍ରେସ ବିରୋଧ କରିଛି । ରାଜ୍ୟ ର ୩୦ ଟି ଜିଲ୍ଲା ରୁ ୧୦୦ ଡାକ୍ତର ନ ନେଇ ୬ ଗୋଟି ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ଜିଲ୍ଲା ରୁ ଡାକ୍ତର ସ୍ଥାନାନ୍ତର ଆଚଂଳିକ ବୈଷ୍ୟମତା ଏହାକୁ ପ୍ରତ୍ୟାହାର ନ କଲେ ରାଜରାସ୍ତା କୁ ଓଲ୍ଲାଇବ କଂଗ୍ରେସ ଭବାନୀପାଟଣା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ବରିଷ୍ଠ କଂଗ୍ରେସ ନେତା ତଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ , କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ,ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ରାଜ୍ୟ ସରକାର କେବଳ ଗଞାମ ପାଇଁ କେବିକେ ଜିଲ୍ଲା ରୁ ଏକାକାଳୀନ ୧୦୦ ଡାକ୍ତର ବଦଳି କୁ ତୀବ୍ର ନିନ୍ଦା କରିଛନ୍ତି । ୬ ଗୋଟି ଜିଲ୍ଲା ରେ ସରକାର ଙ୍କ ଆବଶ୍ୟକ ଡାକ୍ତର ପଦବୀ ୧୬୯୪ ରହିଥିବା ବେଳେ ସେଥିମଧ୍ୟରୁ ୮୨୮ ପଦବୀ ଖାଲି ପଡିଛି । ବର୍ତମାନ ମାତ୍ର ୮୬୬ ଡାକ୍ତର ଦ୍ୱାରା ଏହି ୬ ଜିଲ୍ଲା ର ୧ କୋଟି ଲୋକଙ୍କ ସ୍ୱାସ୍ଥ୍ୟ ସେବା ଜାରୀ ରହିଥିବା ସ୍ଥଳେ ସେଥିମଧ୍ୟରୁ ଏକକାଳୀନ ୧୦୦ ଡାକ୍ତର କୁ ଗଞାମ ନେଇଯିବା କେତେ ଦୁର ଯୁକ୍ତି ଯୁକ୍ତ ସରକାର ଜବାବ ଦିଅନ୍ତୁ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସ ପ୍ରଶ୍ନ ଉଠାଇଛି ।ଆସନ୍ତା ୩୧ ତାରିଖ ମଧ୍ୟରେ ରାଜ୍ୟ ସରକାର କେବିକେ ଜିଲ୍ଲା ର ୧୦୦ ଡାକ୍ତର କୁ ପ୍ରତ୍ୟାହାର ନ କଲେ କଂଗ୍ରେସ ରାଜରାସ୍ତା କୁ ଓଲ୍ଲାଇବ । ସେହିପରି କେବିକେ ଜିଲ୍ଲା ରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେଲେ ଏହାର ଦାୟୀ ସରକାର ରହିବେ ବୋଲି କଂଗ୍ରେସ ନେତା ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ