ଗଞ୍ଚାମରେ ବ୍ୟାପକ ଅବକାରୀ ଚଢାଉ : ୭ ଗିରଫ
ଛତ୍ରପୁର ( ଯୁଗାବ୍ଦ ନ୍ୟୁଜ ): ଗଞ୍ଜାମ ଜିଲ୍ଳାରେ ଚୋରା ମଦ କାରବାର କୁ ସଂମ୍ପୂର୍ଣ୍ଣ ବଲୋପ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପୁର ଅବକାରୀ ଅଧ୍ୟକ୍ଷକଙ୍କ ଏବଂ ଛତ୍ରପୁର ଅବକାରୀ ଅଧ୍ୟକ୍ଷକଙ୍କୁ କଡା ନିର୍ଦେଶ ଦେଇଛନ୍ତି ।ଦିଗପହଣ୍ଡି ଥାନା ଅନ୍ତର୍ଗତ ତଳ କୁମ୍ଭାଝରୀ ଏବଂ ଉପର କୁମ୍ଭଝରୀ ଗ୍ରାମରେ ବ୍ୟାପକ ଚଢାଉ କରାଯାଇ ୨୮୫୦ ଲିଟର ମଦ ରନ୍ଧା ପୋଚ ଓ ୧୧୦ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଛି ।ଏହି ଚଢାଉରେ କୁକୁଡା ଖଣ୍ଡି ତହସିଲଦାର ଏବଂ ଅବକାରୀ ଓ ପୋଲିସ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ । ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ଗ୍ରାମରେ ଅବକାରୀ ବିଭାଗ ଚଢାଉ ସମୟରେ ୭୪ ଲିିଟର ବିଦେଶୀ ମଦ ଜବତ କରିଯିବା ସହିିତ ଏବାବଦରେ ଗୋଟିଏ ମାମଲା ରୁଜୁ କରାଯାଇଛି । ଏହି ଉଭୟ ଚଢାଉରେ ଗାଙ୍ଗପୁର ଥାନା ଭାରପ୍ରାପ୍ତ ଅଧିକାରୀ ଓ ଆସିକା ଥାନା ଭାରପ୍ରାପ୍ତ ଅଥିକାରୀ ନେତୃତ୍ୱ ନେଇଥିଲେ ।


