ଗଞ୍ଜମ ଏସ୍ପିଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା
ଛତ୍ରପୁର, (ଦେବଦତ୍ତ ମହାରଣା):ମସିହା ଠାରୁ ଗଞ୍ଜାମ ପୁଲିସ ଜିଲ୍ଲାରେ କାର୍ଯ୍ୟରତ ଥିବା ଗଞ୍ଜାମ ଏସ୍ପି ବ୍ରିଜେଶ୍ କୁମାର ରାଏଙ୍କ ଅନୁଗୁଳ ଜିଲ୍ଲା ରେଞ୍ଜ୍ ଡିଆଇଜି ଭାବେ ପଦ୍ନୋନ୍ନିତ ହୋଇଛି । ଏହି ଅବସରରେ ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ତାମ୍ପରା ଠାରେ ଗଞ୍ଜାମ ଏସ୍ପି ତଥା ଡିଆଇଜିଙ୍କୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା । ଏଥିରେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭୀ.କୀର୍ତ୍ତିଭାଷନ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ.ସୋନାଲ ପ୍ରମୁଖ ଅତିଥି ଶ୍ରୀ ରାଏଙ୍କ ସୁଶାସନ ଏବଂ ତାଙ୍କରି ଚରିତ୍ରର ଗୁଣଗାନ କରିଥିଲେ । ବାସ୍ତବରେ ଗଞ୍ଜାମ ପୁଲିସ ଜିଲ୍ଲା ଭଳି ଜିଲ୍ଲାର ଏଭଳି ଜଣେ ବ୍ୟକ୍ତିତ୍ୱ ପ୍ରାୟ ୫ ବର୍ଷ ଧରି ଜିଲ୍ଲାର ଆଇନଶୃଙ୍ଖଳା ଠାରୁ ଆରମ୍ଭ କୋଭିଡ୍ ସମୟରେ ଜନସାଧାରଣଙ୍କୁ ସୁରକ୍ଷା ଏବଂ ବିଭିନ୍ନ କ୍ଷେତ୍ରରେ ଶ୍ରୀ ରାଏଙ୍କ ଦକ୍ଷତା ଭରପୂର ରହିଥିଲା । ଏହାସହ ୨୦୨୧-୨୨ ବର୍ଷରେ ଗାଙ୍ଗପୁର ଥାନା ଏବଂ ୨୦୨୨-୨୩ ବର୍ଷରେ ଆସିକା ଥାନା ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ଥାନା ଭାବେ ସ୍ଥାନ ପାଇଛି । ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ମଲ୍ଲିକ ଓ ପି.କେ.ଦଳାଇ ତାଙ୍କରି କାର୍ଯ୍ୟଧାରା ଉପରେ କହିଥିଲେ । ଶେଷରେ ଡିଆଇଜି ଶ୍ରୀ ରାଏ ତାଙ୍କରି ବକ୍ତବ୍ୟରେ ଗଞ୍ଜାମ ପୁଲିସର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ଗୃହରକ୍ଷୀ ବାହିନୀ ସହଯୋଗ କରିଥିବାରୁ ଗଞ୍ଜାମ ପୁଲିସ ସୁନାମ ବଜାୟ ରଖିପାରିଛି ।