ଗଞ୍ଜାମରୁ ଉପକୃତ ହେଲେ ୮୮୦୪ ବୁଲା ବିକାଳି
ଛତ୍ରପୁର, (ଦେବଦତ୍ତ ମହାରଣା) : ଗରୀବଙ୍କ ହୃଦୟ ଏବଂ ମନର କଥା କଥା ଚିନ୍ତା କରି ଆଜି ପୁଣିଥରେ ପଥପାଶ୍ୱର୍ ବିକାଳୀଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରିଛନ୍ତି ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ଜୀବନ ମୋ ପାଇଁ ମୁଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିପଦର ବନ୍ଧୁ ସାଜି ମୁଖ୍ୟମନ୍ତ୍ରୀ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରି କରି ଆସୁଥିବା ବେଳେ କରୋନା ମହାମାରୀ ସମୟରେ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଥିବା ପଥପାଶ୍ୱର୍ ବିକାଳିଙ୍କ ପାଇଁ ତୃତୀୟ ପର୍ଯ୍ୟାୟରେ ୩ ହଜାର ଟଙ୍କା ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରି ଏହାର ଶୁଭାରମ୍ଭ କରିଛନ୍ତି । ଏଥିରେ ଗଂଜାମ ଜିଲ୍ଲାର ୮୮୦୪ ଜଣ ପଥ ପାଶ୍ୱର୍ ବିକାଳୀଙ୍କ ଏହି ସହାୟତା ରାଶି ନିଜ ନିଜ ବ୍ୟାଙ୍କ ଆକାଉଣ୍ଟଙ୍କୁ ପଠାଯାଇଛି । ଏହି ବାବଦରେ ୨କୋଟି ୬୪ଲକ୍ଷ୧୨ହଜାର ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ୨୦୨୦, ଦ୍ୱିତୀୟ ପର୍ଯ୍ୟାୟ ଜୁନ ୨୦୨୧ ଏବଂ ପୁଣି ଥରେ ଆଜି ତୃତୀୟ ପର୍ଯ୍ୟାୟରେ ପଥପାଶ୍ୱର୍ ବିକାଳିଙ୍କୁ ୩ହଜାର ଟଙ୍କା ଲେଖାଏଁ ସ୍ୱତନ୍ତ୍ର କୋଭିଡ ସହାୟତା ରାଶି ପ୍ରଦାନ କରାଯାଇଥିବାରୁ ବୁଲା ବିକାଳୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ଦୀର୍ଘାୟୁ କାମନା କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ସ୍ଥିତ ଗଂଜାମ ଜିଲ୍ଲାପାଳଙ୍କ ଓସ୍ୱାନ ହଲରେ ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ ଓ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧୀକାରୀ ଏନ.ଗଣେଶ ବାବୁଙ୍କ ଉପସ୍ଥିତରେ ଛତ୍ରପୁର ଏନଏସିର ବହୁ ପଥ ପାଶ୍ୱର୍ ବିକାଳୀ ମାନେ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡୁଡା କାର୍ଯ୍ୟାଳୟର ସିଟି ମ୍ୟାନଜର ସନ୍ତୋଷ କୁମାର ସାହୁ, ଛତ୍ରପୁର ଏନଏସିର ଶ୍ରୀମତ ପାତ୍ର ଓ ବିନାୟକ ଜେଠି ମଧ୍ୟ ଉପସ୍ଥିତ ଥିଲେ ।