ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ;୮ମୃତ

ଛତ୍ରପୁର,(ଦେବଦତ୍ତ ମହାରଣା):ଗଞ୍ଜାମରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଗୁଜରାଟ ଯାଉଥିବା ବସ୍ ଛତିଶଗଡ଼-ରାଇପୁର ଚେରି ଖେଡ଼ି ନିକଟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟିଛି । ପୂର୍ବରୁ ମୃତ୍ୟୁ ସଂଖ୍ୟା ୭ ଥିବା ବେଳେ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉଜଣଙ୍କ ମୃତ୍ୟୁ ଘଟିଛି ।ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି ଘଟିଛି । ଏହା ଦ୍ୱାରା ଏହି ବସ୍ ରେ ଯାତ୍ରା କରୁଥିବା ଅନ୍ୟ ୫୦ରୁ ଉର୍ଦ୍ଧ୍ୱ ଜଣ ସୁରକ୍ଷିତ ଅଛନ୍ତି । ସେଥି ମଧ୍ୟରୁ ୧୦ରୁ ଉର୍ଦ୍ଧ୍ୱ ଆହତ ଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର, ବେଲଗୁଣ୍ଠା, ଆସିକା, ହିଞ୍ଜିଳିକାଟୁ ଓ ଭଞ୍ଜନଗର ବ୍ଲକ୍ ଅଂଚଳର ଏହି  ଓଡ଼ିଆ ଶ୍ରମିକ ମାନେ ଗତକାଲି ଆସିକା ଅଂଚଳରୁ ବସ୍ ଯୋଗେ ବାହାରିଥିଲେ ଆଜି ଭୋର୍ ୩ଟା ସମୟରେ ଏହି ବସ୍ କୁ ଏକ ଟ୍ରକ  ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଜଣେ ଛତ୍ରପୁର ବ୍ଲକ୍ ସୁନ୍ଦରପୁର ଗ୍ରାମର  ରାଜୁ ମହାଙ୍କୁଡ ଙ୍କ ପୁଅ ସମୀର ମହାଙ୍କୁଡ଼ ବୋଲି ଜଣାପଡ଼ିଛି ।ଏହା ପରେ ଛତ୍ରପୁର ଆଖପାଖ ଅଂଚଳର ଶୋକର ଛାୟା ଖେଳିଯାଇଥିଲା ।   । ତେବେ ମୃତ  ସମୀର ଗତ ଚାରି ବର୍ଷ ହେଲେ ସୁରଥରେ ଦାଦନ ଭାବେ କାର୍ଯ୍ୟ କରିଆସୁଥିବା ବେଳେ କୋରନା ଲକ୍ ଡାଉନ ଯୋଗୁଁ ୪ ମାସ ତଳେ ଗାଁକୁ ଫେରିଥିଲେ  । ତେବେ ଗତ କାଲି କମ୍ପାନୀ ମାଲିକ ଏକ ବସ ଯୋଗେ ପୁଣି ସୁରଥ ନେବାପାଇଁ ଆସିଥିବା ବେଳେ ସେ ଓ ଗ୍ରାମର  ଶଙ୍କର ବିଷୋୟୀ ଆସିକାରୁ ସୁରଥ ଅଭିମୁଖେ ଯାତ୍ର କରିଥିଲେ  । କିନ୍ତୁ ଆଜି ଭୋରୁ ବସଟି ଦୁର୍ଘଟଣା ହୋଇ ସମୀରଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଖବର ପାଇଥିଲେ  । ମୃତ ଖବର ପାଇବା ପରେ ସମୀରଙ୍କ ପରିବାର ସମେତ ଗାଁରେ ଶୋକ ଖେଳିଯାଇଛି  । ସମୀର ନିଜ ପରିବାରର ଏକ ମାତ୍ର ପୁଅ ସହ ଓ ରୋଜଗାର କଲେ ନିଜ ବାପା ମାଁ ଙ୍କ ସମେତ ଦୁଇ ଭଉଣୀ ଗୁଜୁରାଣ  ମେଣ୍ଟାଉଥିଲେ  । ଲକ୍ ଡାଉନ ଯୋଗୁଁ ପରିବାର ଚଳିବା କଷ୍ଟ ହେବାରୁ ସେ ପୁଣି ସୁରଥ ଫେରିବାକୁ ନିଷ୍ପତ୍ତି ନେଇଥିଲେ  । ହେଲେ ସୁରଥ ପହଞ୍ଚିବା ପୂର୍ବରୁ ସମୀର ଦୁର୍ଘଟଣାର ଶୀକାର ହୋଇ ପ୍ରାଣ ହରାଇଲେ  । ଘରର ଏକ ମାତ୍ର ରୋଜଗାର ପୁଅକୁ ହରାଇବା ପରେ ରୋଗlକ୍ରାନ୍ତ ବାପା ନିଜ ପରିବାର ବୋଝ କିଭଳି ସମ୍ଭାଳିବେ ସେଥିପାଇଁ ସରକାରଙ୍କ ସହାୟତା ପାଇଁ ନିବେଦନ କରିଛନ୍ତି  । ଏହା ସହ ଗାଁ ଲୋକେ ମଧ୍ୟ ରାଜ୍ୟ ସରକାର  ଓ ଜିଲ୍ଲାପ୍ରଶାସନ ଙ୍କୁ ନିବେଦନ କରିଛନ୍ତି ଏହି ପରିବାକୁ ସହାୟତା ଯୋଗାଇଦେବା ପାଇଁ  । ମୃତ  ସମୀରଙ୍କ  ସହ ଗାଁ ର ଶଙ୍କର ବିଶୋୟୀ ଯାଇଥିବା ବେଳେ ଦୁର୍ଘଟଣା ରେ ତାଙ୍କ  ଗୋଡ଼ ଭାଙ୍ଗି ଥିବାରୁ ଆହାତ ହୋଇଥିବା  ଗ୍ରାମ ବାସୀ ଙ୍କ ଠାରୁ ଜଣାପଡିଛି l   ପୁଲିସର ଏକ ଟିମ୍ ଘଟଣା ସ୍ଥଳକୁ ଯାଇଥିବା ବେଳେ ସେଠାକାର ପ୍ରଶାସନ ସହ ଯୋଗାଯୋଗରେ ଅଛୁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେବା ସହ ଆହତଙ୍କ ଚିକିତ୍ସା ଓ ମୃତକଙ୍କ ମୃତଦେହ ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରଖିଥିବା କହିଛନ୍ତି ।ସେପଟେ ପ୍ରାଥମିକ ତଦନ୍ତ ରୁ ଏକ ଚାଞ୍ଚଲ୍ଯ କର ତଥ୍ୟ ପଦାକୁ ଆସିଛି । ଶ୍ରମିକ ଙ୍କୁ ନେଇ ଯାତ୍ରା କରିଥିବା ବସ ର ଫିଟନେସ ନଥିବା ଜଣାପଡ଼ିଛି । ଏ ନେଇ ତଦନ୍ତ ପରେ ସର୍ବିଶେଷ ତଥ୍ୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି ।   ଏନେଇ ଆମ ପ୍ରତିନିଧି  ମୃତ ସମୀରଙ୍କ ପରିବାର ଙ୍କୁ ଭେଟି  ଘଟଣା ସମ୍ପର୍କ ପଚାରି ଥିଲେ l ତାଙ୍କ ବାପା ରାଜୁ ମହାଙ୍କୁଡ଼ କହିଛନ୍ତି ଯେ ଘରର ଏକ ମାତ୍ର ରୋଜଗାରିଆ ପୁଅ ଥିବା ବେଳେ ତାଙ୍କ ଘର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।  ମୋ ପୁଅ ଗତ ଦୁଇ  ବର୍ଷ ଧରି ସୁରତରେ କାମ କରି ମେ’ ମାସରେ ଆସିଥିବା ବେଳେ ଲକ୍ ଡାଉନ୍ ସଟ୍ ଡ଼ାଉନ୍ ପରେ ପୁଣି ଥରେ ସୁରତକୁ ଯିବା ପାଇଁ ନିଷ୍ପତି ନେଇଥିବାରୁ ମୁଁ ମନା କରିଥିଲି । ମାତ୍ର ଏଠାରେ କୌଣସି ରୋଜଗାର ପନ୍ଥା ନଥିବାରୁ ବାଧ୍ୟ ହୋଇ ସେ ପରିବାର ଚଳାଇବା ନିମନ୍ତେ ଗତାକାଲି ଗ୍ରାମର ଶଙ୍କର ବିଶୋୟୀଙ୍କ ସହିତ ଆସିକାରୁ ସୁରତ ଅଭିମୁଖେ ଯାଇଥିଲେ । ଆଜି ଭୋର୍ ସକାଳ ସମୟରେ ଖବର ଶୁଣି   ଆମେ  ଅସହାୟ ହେବା ସହ ଦୁଃଖ ର  ମର୍ମାହତ ହୋଇ ପଡ଼ିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ