ଗଞ୍ଜାମରୁ ୫୭ କରୋନା ପଜିଟିଭ ଚିହ୍ନଟ ଟୁଇଟ ଯୋଗେ ସୂଚନା ଦେଲେ ଜିଲ୍ଲାପାଳ

ଛତ୍ରପୁର, (ଓ୍ବାଇଏନ୍ଏସ୍): ଗଂଜାମ ଜିଲ୍ଲାରୁ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଏହାସହ ସାମାଜିକ ଦୂରତା ରକ୍ଷା କରିବା, ଘରେ ରୁହ ଏବଂ ସୁରକ୍ଷିତ ରୁହ, ମାସ୍କ ବ୍ୟବହାର କରନ୍ତୁ,ବାରମ୍ବାର ହାତ ଧୋଇଦିଅନ୍ତୁ, ନାକ ପାଟି ଏବଂ ଆଖିକୁ ସ୍ପର୍ଶ କରନ୍ତୁ ନାହିଁ , ବରିଷ୍ଠ ନାଗରିକ ଏବଂ ପିଲାମାନଙ୍କର ଯତ୍ନ ନିଅନ୍ତୁ ବୋଲି ମଧ୍ୟ ଜିଲ୍ଲାପାଳ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ।ଆଜି ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ କରୋନା ଯୋଦ୍ଧା ସାମିଲ ଅଛନ୍ତି। ଏମାନଙ୍କ ମଧ୍ୟରୁ ବ୍ରହ୍ମପୁର ମହାନଗର ନିଗମରୁ ୩ ଜଣ, ଚିକିଟି, ସାନଖେମୁଣ୍ଡି ଓ ଶେରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି । କରୋନା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୩୧ ଜଣ ସଂକ୍ରମିତ ହୋଇଛନ୍ତି । ଏମାନେ ବେଲଗୁଣ୍ଠାରୁ ୨ ଜଣ, ବିଏମସିରୁ ୨ ଜଣ, ଭଂଜନଗରରୁ ୩ ଜଣ, ଚିକିଟିରୁ ଜଣେ, ଧରାକୋଟରୁ ଜଣେ, କବିସୂର୍ଯ୍ୟନଗରରୁ ୬ ଜଣ, ଖଲିକୋଟରୁ ଜଣେ, କୁକୁଡାଖଣ୍ଡିରୁ ଜଣେ, ପାତ୍ରପୁରରୁ ୬ ଜଣ, ପୁରୁଷୋତ୍ତମପୁରରୁ ୫ ଜଣ, ଶେରଗଡ଼ରୁ ୨ ଜଣ ଓ ସୋରଡାରୁ ଜଣେ ରହିଛନ୍ତି । ଅପରପକ୍ଷରେ ଆଜି ଚିହ୍ନଟ ୫୭ ଜଣଙ୍କ ମଧ୍ୟରେ ୨୦ ଜଣ ବାହାର ରାଜ୍ୟ ଫେରନ୍ତା । ଏହି ୨୦ ଆକ୍ରାନ୍ତଙ୍କ ମଧ୍ୟରେ ଆସିକାରୁ ୨ ଜଣ, ବେଲଗୁଣ୍ଠାରୁ ୨ ଜଣ, ବ୍ରହ୍ମପୁର ନଗର ନୀଗମରୁ ଜଣେ, ଭଂଜନଗରରୁ ୨ ଜଣ, ଗଂଜାମରୁ ଜଣେ, ଜଗନ୍ନାଥ ପ୍ରସାଦରୁ ୨ ଜଣ, କବିସୂର୍ଯ୍ୟନଗରରୁ ୨ ଜଣ, ପୋଲସରାରୁ ଜଣେ, ସାନଖେମୁଣ୍ଡିରୁ ଜଣେ, ସୋରଡାରୁ ୪ ଜଣ ଓ ଖଲିକୋଟରୁ ଜଣେ ରହିଛନ୍ତି ।ଆଜିର ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୩ରେ ପହଞ୍ଚିଛି । ମୋଟ ୬୪୧ ଜଣ ସୁସ୍ଥ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ