ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି ୧୨ କରୋନା ଯୋଦ୍ଧାଙ୍କ ସମେତ ୪୨ ପଜିଟିଭ୍‌

ଛତ୍ରପୁର,(ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲାରେ ଶୁକ୍ରବାର ୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି। ୪୨ ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଜଣ କରୋନା ଯୋଦ୍ଧା ଅଛନ୍ତି। ୩ ଆକ୍ରାନ୍ତ କର୍ଣ୍ଣାଟକ, ସୁରଟ ଓ ଚେନ୍ନାଇ ଫେରନ୍ତା। ତେବେ ଅନ୍ୟ ୨୭ ଜଣ ଚିହ୍ନଟ ହୋଇଥିବା ପଜିଟିଭମାନଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ଏ ସମ୍ପର୍କରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ମୋଟ ଆକ୍ରାନ୍ତ ୭୯୭ଙ୍କ ମଧ୍ୟରୁ ୬୩୬ ସୁସ୍ଥ ହୋଇଥିବାବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି। ୧୬୧ ଜଣ କରୋନା ଆକ୍ରାନ୍ତଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ