ଗଞ୍ଜାମରେ ଜାରୀ ହେଲା ୧୪୪ (କ)
ସାଧାରଣ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ କୁମାର ଅମୃତୋ କୁଲାଙ୍ଗେ ଜିଲ୍ଲାରେ ୧୪୪ (କ୦ ଜାରୀ କରିଛନ୍ତି । ଆଇନ ଶୃଙ୍ଖଳା କୁ ଆଖି ଆଗରେ ରଖି ସି.ଆର,ପି,ସି ରେ ଦିଆଯାଇଥିବା କ୍ଷମତା ଆଧାରରେ ଏହି ନିୟମ ଜାରି କରାଯାଇଛି । ୧୪୪ (କ) ର ନିୟମ ଅନୁଯାୟୀ ସାର୍ବଜନୀନ ସ୍ଥାନରେ କୈାଣସି ଶୋଭାଯାତ୍ରା , ନିର୍ବାଚନ ପ୍ରଚାର , କିମ୍ଭା ସାମୁହିକ ଡ୍ରିଲ ସମୟରେ କୈାଣସି ଅସ୍ତ୍ରଶସ୍ତ୍ର ବହନ ସଂମ୍ପୂର୍ଣ୍ଣ ବ୍ୟାନ କରାଯାଇଛି ।


